ଓଡିଶା

“ଆଗାମୀ ୧୦ ବର୍ଷ ଯୁବବର୍ଗଙ୍କ ପାଇଁ ସୁବର୍ଣ୍ଣ ଯୁଗ” : ଭି କେ ପାଣ୍ଡିଆନ

(ଭୁବନେଶ୍ୱର) : ଆଗାମୀ ୧୦ ବର୍ଷ ଯୁବବର୍ଗଙ୍କ ପାଇଁ ସୁବର୍ଣ୍ଣ ଯୁଗ ହେବ ଏଭଳି କହିବା ସହ ରାଜ୍ୟର ଯୁବ ପିଢ଼ିଙ୍କ ପାଇଁ ଆଗାମୀ ପ୍ଲାନ୍ ବାବଦରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି ଭି କେ ପାଣ୍ଡିଆନ ।

ସୂଚନାନୁଯାୟୀ ,  ଯୁବବର୍ଗଙ୍କ ପାଇଁ ୧୦ ବର୍ଷରେ ଏହି ଅର୍ଥ ଖର୍ଚ୍ଚ ହେବ । ପ୍ରତିବର୍ଷ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ସେଥିରୁ ୧ ହଜାର କୋଟି ଟଙ୍କା ଛାତ୍ରଛାତ୍ରୀଙ୍କ ମତାମତ ଆଧାରରେ ଖର୍ଚ୍ଚ ହେବ। ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଏଭଳି ଯୋଜନା କରିଛି । ରାଜ୍ୟର ଯୁବକଙ୍କୁ ବିଶ୍ବସ୍ତରୀୟ ସୁବିଧା ଦେବାକୁ ପ୍ଲାନ୍ କରାଯାଇଛି। ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା, ଦକ୍ଷତା ବିକାଶ, ରୋଜଗାର ବୃଦ୍ଧି ପାଇଁ ଏଥିରେ ଯୋଜନା ରହିଛି। ଯୁବପୀଢ଼ିଙ୍କ ଜରିଆରେ ନୂଆ ଓଡିଶା ଗଠନ ପାଇଁ ବିଜେଡି ସରକାର ଲକ୍ଷ୍ୟ ରଖିଛନ୍ତି । ବହୁ ପୂର୍ବରୁ ଏହି ଯୋଜନା ଆରମ୍ଭ ହୋଇସାରିଛି । ସେହି କ୍ରମରେ ସ୍କୁଲ ରୂପାନ୍ତରଣ, କଲେଜ ରୂପାନ୍ତରଣ ନେଇ ପଦକ୍ଷେପ ଆରମ୍ଭ ହୋଇଛି। ୮ ହଜାର ସ୍କୁଲ ରୂପାନ୍ତରଣ ହୋଇଛି। ୧ ହଜାର କଲେଜ ମଧ୍ୟ ରୂପାନ୍ତରଣ ହୋଇଛି। ଆଗକୁ ମଧ୍ୟ କଲେଜ ରୂପାନ୍ତରଣ ଜାରି ରହିବ ବୋଲି ସେ କହିଛନ୍ତି। ଘରୋଇ ସ୍କୁଲ ଅପେକ୍ଷା ସରକାରୀ ସ୍କୁଲରେ ଅଧିକ ସୁବିଧା ମିଳିବ।

Related posts

ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ଗୁଳିମାଡ

mahabharatanews

କରୋନାରେ ସାମ୍ବାଦିକା ସବନମ ଶିରିନଙ୍କ ମୃତ୍ୟୁ

mahabharatanews

ରତ୍ନସିଂହାସନରୁ ପଥର ଚୋରି ଅଭିଯୋଗ

mahabharatanews