ଭାରତ

ଆହୁରି ଦୁର୍ବଳ ହେବ ବାତ୍ୟା ‘ରେମାଲ’

(ଭୁବନେଶ୍ୱର) : ଦୁର୍ବଳ ହେଲା ବାତ୍ୟା ‘ରେମାଲ’ । ପାଣିପାଗ ବିଭାଗ ସୂଚନା ଅନୁସାରେ ଗତ ୬ ଘଣ୍ଟା ହେଲା ୧୫ କିମି ବେଗରେ ଉତ୍ତର-ପୂର୍ବ ଦିଗରେ ଗତି କରୁଛି ବାତ୍ୟା ‘ରେମାଲ’, ଆଉ କିଛି ସମୟ ମଧ୍ୟରେ ଏହା ଆହୁରି ଦୁର୍ବଳ ହୋଇଯିବା ନେଇ ସୂଚନା ରହିଛି । ସୋମବାର ପଶ୍ଚିମବଙ୍ଗରେ ସାଇକ୍ଲୋନିକ୍ ଷ୍ଟର୍ମ ରେମାଲ’ ପ୍ରଭାବ ଦେଖିବାକୁ ମିଳିଛି । ଏଠାରେ ଘଣ୍ଟା ପ୍ରତି ୧୩୫ କିଲୋମିଟର ବେଗରେ ପବନ ବହୁଛି ଏବଂ ଅନେକ ସ୍ଥାନରେ ବର୍ଷା ଜାରି ରହିଛି ।

ସୂଚନାନୁଯାୟୀ , ଲଗାଣ ବର୍ଷା କାରଣରୁ ଅନେକ ସ୍ଥାନରେ ଘରର କାନ୍ଥ ଭୁଶୁଡ଼ି ପଡିଛି ଏବଂ ଦ୍ୟୁତିକ ପୋଲ ଭାଙ୍ଗିଯାଇଥିବାର ଦେଖିବାକୁ ମିଳୁଛି । ପବନର ବେଗ ଏତେ ଅଧିକ ଥିଲା ଯେ ବଡ଼ ବଡ଼ ଗଛ ମଧ୍ୟ ଉପୁଡ଼ି ପଡିଛି । ବାତ୍ୟା ‘ରେମାଲ’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ, ୪ ଘଣ୍ଟା ଧରି ଜାରି ରହିବ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ପଶ୍ଚିମବଙ୍ଗ ଓ ବାଂଲାଦେଶରେ ବ୍ୟାପକ କ୍ଷୟକ୍ଷତି କଲା ‘ରେମାଲ’ । ବିଭିନ୍ନ ସ୍ଥାନରେ ବଡ଼ଗଡ଼ ଗଛ ଉପୁଡ଼ାବା ସହ ଭାଙ୍ଗିଲା ଘର । ବାଂଲାଦେଶରେ ପ୍ରାୟ ୮ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ନେଇ ସୂଚନା । ସେହିପରି ବାତ୍ୟା ପ୍ରଭାବରେ ଆଜି ଉପକୂଳ ଓଡ଼ିଶାରେ ବର୍ଷା ଲାଗି ରହିଛି । ଅନ୍ୟପକ୍ଷରେ ଭୀଷଣ ବାତ୍ୟା ଏବେ କ୍ରମଶଃ ଦୁର୍ବଳ ହେବା ସହ ଉତ୍ତର ଦିଗରେ ଗତି କରୁଛି ।

 

Related posts

ରାଜନୀତିରୁ ଅବସର ନେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ

mahabharatanews

ଜାଭଲିନ୍ ଥ୍ରୋରେ ଡାଇମଣ୍ଡ ଜିତିଲେ ନୀରଜ ଚୋପ୍ରା

mahabharatanews

ବିଜେପି ସଭାପତି ଜେପି ନଡ୍ଡା ଏବଂ ଅମିତ ମାଲଭିଅଙ୍କ ବିରୋଧରେ ଥାନାରେ ଏତଲା

mahabharatanews