ଓଡିଶା

ଗାଡ଼ି ଦୁର୍ଘଟଣାଗ୍ରସ୍ତ; ୯ ମହିଳା ପୁଲିସ ଆହତ

(ଭୁବନେଶ୍ୱର) : ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଗଲେ ପୋଲିସ କର୍ମଚାରୀ । ରାଜଧାନୀ ଭୁବନେଶ୍ୱରରେ ଆଜି ଏକ ପୁଲିସ୍‌ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୯ ମହିଳା ପୁଲିସ କର୍ମଚାରୀ ଆହତ ହୋଇଛନ୍ତି।

ସୂଚନାନୁଯାୟୀ , ମହିଳା ପୁଲିସ୍‌ କର୍ମଚାରୀଙ୍କୁ ଧରି ଗାଡ଼ିଟି କେନ୍ଦ୍ରାପଡ଼ାକୁ ନିର୍ବାଚନୀ ଡ୍ୟୁଟି ଅଭିମୁଖେ ଯାଉଥିଲା। କେନ୍ଦ୍ରାପଡ଼ାରେ ଆସନ୍ତା ୧ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ମାତ୍ର ବାଣୀବିହାର ସତସଙ୍ଗ ପାର୍କ ଆଗରେ ଗାଡ଼ିଟି ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏଥିରେ ୯ ମହିଳା ପୁଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି। ସ୍ଥାନୀୟ ପୁଲିସ୍‌ ପହଞ୍ଚି ଆହତ ମହିଳା ପୁଲିସ୍‌ କର୍ମଚାରୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ସମସ୍ତେ ବିପଦମୁକ୍ତ ଥିବା ଜଣାଯାଇଛି। ବସରେ ପାଖାପାଖି ୩୫ ଜଣ ମହିଳା କନଷ୍ଟେବଳ ଥିଲେ ।

 

Related posts

ଓଡ଼ିଶା କ୍ରିକେଟ୍‌ ଦଳର ଦ୍ରୁତ ବୋଲର ଆଶୁତୋଷ ଛୁରିଆ ଜାତୀୟ କ୍ରିକେଟ୍‌ ଏକାଡେମୀ (ଏନ୍‌ସିଏ)ରେ ପ୍ରଶିକ୍ଷଣ ପାଇବାକୁ ମନୋନୀତ

mahabharatanews

ବସ୍ ମାଲିକ ସଂଘକୁ ସହଯୋଗ କରିବାକୁ ଅନୁରୋଧ କଲେ ପରିବହନ ମନ୍ତ୍ରୀ

mahabharatanews

ଗଞ୍ଜାମ, ସମ୍ବଲପୁର, ଝାରସୁଗୁଡ଼ାରେ ଚାଲିବ ‘ମୋ ବସ’

mahabharatanews