ଓଡିଶା

ରାଜ୍ୟରେ ପୁଣି ଥରେ ଘରୋଇ ବସ ଭଡା ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ପେଟ୍ରୋଲ-ଡିଜେଲ ଦର ହୁ ହୁ ହୋଇ ବଢିବାରେ ଲାଗିଛି । ଯାହାର ପ୍ରଭାବ ଅନେକ କ୍ଷେତ୍ରରେ ଦେଖିବାକୁ ମିଳିଛି । ଏମିତିକି ରାଜ୍ୟରେ ପୁଣି ଥରେ ଘରୋଇ ବସ ଭଡା ବୃଦ୍ଧି ପାଇଛି । ସାଧାରଣ ଓ ଏକ୍ସପ୍ରେସ ଭଡା କିମି ପିଛା ୨ ପାଇସା ବୃଦ୍ଧି ପାଇଛି । ଏହା ସହ ଡିଲକ୍ସ ଓ ଏକ୍ସ ଡିଲକ୍ସ ଭଡା ମଧ୍ୟ ୪ ପଇସା ବୃଦ୍ଧି ପାଇଛି । ସୁପର ପ୍ରିମିୟମ ବସ ଭାଡା କିମି ପିଛା ୬ ପଇସା ବୃଦ୍ଧି ପାଇଛି । ଆଉ ଏହି ନୂଆ ଭଡା ଆଜିଠାରୁ ହିଁ ଲାଗୁ କରାଯିବ ।

ସୂଚନାଯୋଗ୍ୟ ଯେ ଡିଜେଲ ଦର ବୃଦ୍ଧି ଯୋଗୁ ମାର୍ଚ୍ଚ ୩୧ ତାରିଖରେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ବସ୍ ଭଡା ବୃଦ୍ଧି କରାଯାଇଥିଲା। ସେତେବେଳେ ସାଧାରଣ ବସ୍‌ ଭଡା କିଲୋମିଟର ପିଛା ୮୭ ରୁ ୯୦ ପଇସାକୁ ବୃଦ୍ଧି କରାଯାଇଥିଲା । ଏକ୍ସପ୍ରେସ ବସ୍‌ ଭଡା କିଲୋମିଟର ପିଛା ୯୧ ରୁ ୯୪ ପଇସା ବୃଦ୍ଧି କରାଯାଇଥିଲା । ସେହିଭଳି ଡିଲକ୍ସ ବସ୍‌ କିମି ପିଛା ୧ ଟଙ୍କା ୨୫ ପଇସାରୁ ୧ ଟଙ୍କା ୩୧ ପଇସାକୁ ବୃଦ୍ଧି କରାଯାଇଥିବା ବେଳେ ଏସି ଡିଲକ୍ସ ଭଡା ୧.୫୩ ରୁ ୧.୫୯ ଟଙ୍କା ବୃଦ୍ଧିକରାଯାଇଥିଲା। ସେହିପରି ସୁପର୍‌ ଡିଲକ୍ସ ବସ୍‌ ଭଡା ୨ ଟଙ୍କା ୩୮ ପଇସାରୁ ୨ଟଙ୍କା ୪୭ ପଇସାକୁ ବୃଦ୍ଧି କରିଥିଲା ବସ୍ ମାଲିକ ସଂଘ।

Related posts

ଆସନ୍ତା କାଲି ପୋରା ଉଆଁସ ପର୍ବ

mahabharatanews

ଅବଢା ଓ ମହାପ୍ରସାଦର ପବିତ୍ରତା ରକ୍ଷା ନେଇ ଉଠୁଛି ପ୍ରଶ୍ନ

mahabharatanews

ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ବିଜେତାଙ୍କୁ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ

mahabharatanews