ଓଡିଶା

ରାଜ୍ୟରେ ଅଂଶୁଘାତ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

(ଭୁବନେଶ୍ୱର): ଦୁଇଦିନ ବ୍ୟବଧାନ ପରେ ପୁଣି ଲମ୍ଫ ମାରିଛି ପାରଦ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ରାଜ୍ୟରେ ଗୁଳୁଗୁଳିରେ ଥର ବର ହେଉଛି ଜନଜୀବନ । ଏହାରି ଭିତରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ଆଜି ଏହି ସୂଚନା ଦେଇଛନ୍ତି।
ସୂଚନାନୁଯାୟୀ , ଅଂଶୁଘାତରେ ଢେଙ୍କାନାଳ ଓ ବାଲେଶ୍ୱରରୁ ଜଣେ ଲେଖାଏଁ ଏବଂ ମୟୂରଭଞ୍ଜରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ସେହିପରି ଆଉ ୧୪ଟି ଅଂଶୁଘାତ ମୃତ୍ୟୁ ଅଭିଯୋଗର ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି। ଗତକାଲି ସୁଦ୍ଧା ରାଜ୍ୟରେ ୧,୨୧୯ ଜଣ ଅଂଶୁଘାତ ଯୋଗୁଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଢେଙ୍କାନାଳରେ ସର୍ବାଧିକ ୧୯୮ ଜଣ ଅଂଶୁଘାତରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ମୟୂରଭଞ୍ଜରେ ୧୪୬, ସୁନ୍ଦରଗଡ଼ରେ ୧୩୧ ଓ ସମ୍ବଲପୁରରେ ୧୨୧ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଗତ ଦୁଇ ଦିନ ଧରି ରାଜ୍ୟରେ ପାଗ ଭଲ ଥିବା ବେଳେ ଆଜିଠାରୁ ପୁଣି ଖରା ଆରମ୍ଭ ହୋଇଛି। ଅପରାହ୍ନ ସାଢ଼େ ୨ଟା ସୁଦ୍ଧା ସମ୍ବଲପୁରର ତାପମାତ୍ରା ୪୩.୮ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡ଼ାରେ ୪୩.୬, ରାଉରକେଲାରେ ୪୩.୨, ହୀରାକୁଦରେ ୪୩.୨ ଓ ଭୁବନେଶ୍ୱରରେ ୩୯.୪ ଡିଗ୍ରୀ ରେକର୍ଡ କରାଯାଇଛି।

Related posts

ଏସଟିଏଫକୁ ବଡ ସଫଳତା; ୩ କେଜିର ବ୍ରାଉନ ସୁଗାର ଜବତ

mahabharatanews

କ୍ୟନ୍ସର ହସ୍ପିଟାଲର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

mahabharatanews

ଆରମ୍ଭ ହେଲା ପଥ ଉତ୍ସବ 

mahabharatanews