ଭାରତ

ଯୁଦ୍ଧ ମୈଦାନକୁ ଛାଡ଼ିବ ରୋବୋଟିକ୍ ଡଗ୍

(ଦିଲ୍ଲୀ) : ଯୁଦ୍ଧ ମଇଦାନରେ ଯଦି ଗୋଟେ ପାଖରେ ରୋବଟ୍ ଏବଂ ଅନ୍ୟ ପକ୍ଷରେ ମଣିଷ ଭିତରେ ଯୁଦ୍ଧ ହୁଏ ତେବେ କିଏ ଜିତିବ? ଆଗକୁ ଯୁଦ୍ଧ ମଇଦାନରେ ଏପରି କିଛି ଦେଖିବାକୁ ମିଳିପାରେ । ଚୀନ୍ ଏକ ରୋବୋଟିକ୍ ଡଗ୍ (କୁକୁର) ଡେଭଲପ୍ କରିଛି । ଯାହା ଆଗକୁ ଯାଇ ଯୁଦ୍ଧ କ୍ଷେତ୍ରରେ ଅନ୍ୟ ଦେଶଙ୍କ ପାଇଁ ବିପଦ ସୃଷ୍ଟି କରିପାରେ ।

ସୂଚନାନୁଯାୟୀ , ଏହି ରୋବଟ୍ ଡଗର ୨ମିନିଟର ଭିଡିଓ ଜାରି କରିଥିଲା । ଯେଉଁଥିରେ ଦେଖିବାକୁ ମିଳିଥିଲା, ରୋବଟ୍ ଡଗ୍ ପିଠିରେ ଏକ ଅଟୋମେଟିକ୍ ରାଇଫଲ୍ ଫିଟ୍ କରାଯାଇଛି । ଯୁଦ୍ଧ ମଇଦାନରେ କିପରି ଯୁଦ୍ଧ କରାଯାଏ ସେ ସମସ୍ତ କଳା ରୋବଟରେ ଇନଷ୍ଟଲ୍ କରାଯାଇଛି । ଏହି ରୋବୋଟିକ୍ ଡଗ୍ ଆଗକୁ, ପଛକୁ, ବାମ, ଡାହଣ ଚାଲିବା ସହ ଡେଇଁ ଡେଇଁ ଆଗକୁ ବଢିପାରୁଛି । ଶତ୍ରୁ ପାଖକୁ କିପରି ଲୁଚି ଲୁଚି ଯାଇ ପହଞ୍ଚିପାରିବ ତାହା ମଧ୍ୟ ଏହି ଡଗ କରିପାରୁଛି । ରୋବୋଟିକ୍ ଡ୍ରୋନ୍ ମଧ୍ୟ ଏକ ଡେଭଲପ୍ କରାଯାଇଛି । ତେବେ ଯଦି ଆଗକୁ ଯୁଦ୍ଧ ମିଦାନରେ ଏହି ରୋବଟକୁ ବ୍ୟବହାର କରାଯାଏ ତାହେଲେ ଅନ୍ୟ ଦେଶମାନଙ୍କ ପାଇଁ ବିପଦ ସୃଷ୍ଟି ହୋଇପାରେ ।

Related posts

ଜୁନ୍ ୧୩ ତାରିଖରେ ହେବ ରାଜ୍ୟସଭା ଉପନିର୍ବାଚନ

mahabharatanews

 ରାଜୀବ ଗାନ୍ଧିଙ୍କ ହତ୍ୟାକାରୀଙ୍କ ଦେହାନ୍ତ

mahabharatanews

ମତଦାନ କଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ

mahabharatanews