ଓଡିଶା

ଆଜି ଭଦ୍ରକରେ ମାରାଥନ ପ୍ରଚାର କରିବେ ବିଜେଡି ସୁପ୍ରିମୋ

(ଭୁବନେଶ୍ୱର) : ଓଡ଼ିଶାର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଅର୍ଥାତ ଗୁରୁବାର ସନ୍ଧ୍ୟାରେ ପ୍ରଚାର ସରୁଛି। ଏନେଇ ରାଜ୍ୟରେ ବିଜେଡି, ବିଜେପି, କଂଗ୍ରେସ ସମେତ ସମସ୍ତ ପ୍ରମୁଖ ଦଳର ଷ୍ଟାର ପ୍ରଚାରକ ନେତାମାନେ ମାରାଥନ ପ୍ରଚାର ଜାରି ରଖିଛନ୍ତି। ଏହି କ୍ରମରେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ବିଭିନ୍ନ ସ୍ଥାନରେ ମାରାଥନ ପ୍ରଚାର କରିବ । ସେ ଭଦ୍ରକର ଚାନ୍ଦବାଲିରେ ବିଶାଳ ସଭାରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ।

ସୂଚନାନୁଯାୟୀ,ଚତୁର୍ଥ ପର୍ଯ୍ୟାୟରେ ଓଡିଶାର ୬ ଲୋକସଭା ଆସନ ଓ ସେହି ସଂସଦୀୟ କ୍ଷେତ୍ର ଅଧିନରେ ଥିବା ୪୨ ବିଧନାସଭା ଆସନରେ ଜୁନ୍ ୧ ତାରିଖ ଶନିବାର ଦିନ ଭୋଟ ଗ୍ରହଣ ହେବ । ସେହିପରି ଦେଶର ୭ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୫୭ଟି ଲୋକସଭା ଆସନରେ ଭୋଟର ନିଜର ସାମ୍ବିଧାନିକ ମତଦାନ ଅଧିକାର ସାବ୍ୟସ୍ତ କରିବେ ।

 

 

Related posts

ଲକ ଡାଉନ ସମୟରେ ରାତିରେ ପୁରୀ ସହରର ଚିତ୍ର

mahabharatanews

ମୃତ ବ୍ୟକ୍ତିଙ୍କ ନାମରେ ଧାନ ବିକୁଛି ଦଲାଲ

mahabharatanews

ପରୀକ୍ଷାର୍ଥୀଙ୍କ ଜୀବନ ସହିତ ସଂଘାତିକ ଖେଳ

mahabharatanews