ଓଡିଶା

ଆସନ୍ତାକାଲି ରାଜ୍ୟରେ ଶେଷ ପର୍ଯ୍ୟାୟ ମତଦାନ

(ଭୁବନେଶ୍ୱର) : ଆସନ୍ତାକାଲି ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟରେ ମତଦାନ ୬ଟି ସଂସଦୀୟ କ୍ଷେତ୍ର ଏବଂ ୪୨ଟି ବିଧାନସଭା ଆସନରେ ହେବ ମତଦାନ। ଏହି ପର୍ଯ୍ୟାୟରେ ୬୬ ଲୋକସଭା ଏବଂ ୩୯୪ ବିଧାନସଭା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୯୯ ଲକ୍ଷ ୬୧ ହଜାର ଭୋଟର। ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ।

ସୂଚନାନୁଯାୟୀ , ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ,୧୦ ହଜାର ୮୮୨ଟି ମତଦାନ କେନ୍ଦ୍ର ରହିଛି । ୧୪ଶହ ବୁଥ୍ ମହିଳାଙ୍କ ଦ୍ୱାରା ପରିଚାଳିତ ହେବ। ଏଥିପାଇଁ ନିୟୋଜିତ ହେବେ ୭୦ ହଜାରରୁ ଅଧିକ ପୋଲିଂ କର୍ମଚାରୀ।ଏହା’ସହ ଭୋଟିଂବେଳେ ମୁତୟନ ରହିବେ ୧୨୫ କମ୍ପାନୀ CAP। ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇ CEO କହିଛନ୍ତି, ପୋଲିଂ ବୁଥକୁ ପ୍ରିଜାଇଡିଂ ଅଫିସରଙ୍କ ବ୍ୟତୀତ କୌଣସି ବ୍ୟକ୍ତି ମୋବାଇଲ ନେଇପାରିବେ ନାହିଁ।

Related posts

ହାତ ଛାଡ଼ିଲେ ପିସିସି ଉପସଭାପତି ରଜତ ଚୌଧୁରୀ

mahabharatanews

ଆସନ୍ତକାଲି ଚନ୍ଦ୍ରଗ୍ରହଣ; ଜାଣନ୍ତୁ ସଠିକ ସମୟ 

mahabharatanews

୧୭ ଯାଏଁ ଖୋଲିବ ଅମୃତ ଉଦ୍ୟାନ

mahabharatanews