ଓଡିଶା

ଆସନ୍ତା ୩ତାରିଖ ପର୍ଯ୍ୟନ୍ତ ହିଟ ୱେଭ, ଅଂଶୁଘାତରେ ୫ ମୃତ୍ୟ

(ଭୁବନେଶ୍ୱର) : ଏପ୍ରିଲରେ ପ୍ରାୟ ୧୭ଦିନ ହିଟ ୱେଭ ଅନୁଭୂତ ହୋଇଥିଲା । ମେ ମାସରେ ପାଣିପାଗ ଭଲ ଥିଲା । ପୁନର୍ବାର ଏବେ ସାରା ରାଜ୍ୟରେ ହିଟ ୱେଭ ପରିସ୍ଥିତି ଉପୁଜିଛି । ପଶ୍ଚିମ ଓ ମଧ୍ୟ ଓଡିଶାରେ ଏହା ଅଧିକ ମାତ୍ରାରେ ଅନୁଭୂତ ହେଉଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ମଧ୍ୟ ମାର୍ଗଦର୍ଶିକା ଜାରୀ କରୁଛନ୍ତି । ରାଜ୍ୟ ସରକାର ମଧ୍ୟ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ ସହ ଏ ନେଇ ଆଲୋଚନା କରାଯାଉଛି । ଜନସାଧାରଣ ଜିଲ୍ଲା ପ୍ରଶାସନର ପରାମର୍ଶକୁ ଗ୍ରହଣ କରନ୍ତୁ । ନହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ବର୍ତ୍ତମାନ ପରିସ୍ଥିତିରେ ସ୍କୁଲ, କଲେଜ ବନ୍ଦ ରହିଛି । ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି । ତେଣୁ ଜନସାଧାରଣ ପୂର୍ବାହ୍ନ ୧୧ରୁ ଅପରାହ୍ନ ୩ମଧ୍ୟରେ ବହାରକୁ ଯିବାରେ ନିବୃତ ରୁହନ୍ତୁ । ଅତି ଜରୁରୀ କାର୍ଯ୍ୟକୁ ସକାଳେ ବା ଅପରାହ୍ନରେ କରିହେବ । ଶ୍ରମିକମାନଙ୍କ ଲାଗି ସମାନ ଗାଇଡ଼ଲାଇନ ଶ୍ରମ ବିଭାଗ ପକ୍ଷରୁ ହୋଇଛି । ବସ ଯାତ୍ରୀଙ୍କ ଲାଗି ପରିବହନ ବିଭାଗ ଏହି ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଚାର ଓ ଜନସାଧାରଣଙ୍କ ସଚେତନତା ଲାଗି ପଦକ୍ଷେପ ନେବେ । ଯଦି ଲୋକେ ଜରୁରୀ କାର୍ଯ୍ୟ ଲାଗି ବାହାରକୁ ବାହାରୁଛନ୍ତି ତେବେ ଛତା, ଜୋତା, ପାଣି ବୋତଲ ସାଙ୍ଗରେ ନେବେ । ହିଟ ୱେଭ ପରିସ୍ଥିତି ପଶ୍ଚିମ ଓ ମଧ୍ୟ ଓଡିଶାରେ ଆସନ୍ତା ୩ତାରିଖ ପର୍ଯ୍ୟନ୍ତ ରହିବ । ଉପକୂଳ ଓଡ଼ିଶାରେ ଗୁଳୁଗୁଳି ହେବ । ଏଥିରୁ କିଛି ଜିଲ୍ଲାରେ ଆସନ୍ତାକାଲି ନିର୍ବାଚନ ଅନୁଷ୍ଠିତ ହେବ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଅଲଗା ଗାଇଡ଼ଲାଇନ ଜାରୀ ହୋଇଛି । ଆମେ ଆଇଏମଡି ସହିତ ବରାବର ଯୋଗାଯୋଗରେ ଅଛୁ | ୧୯ ଷ୍ଟେସନରେ ୪୦ ଡିଗ୍ରୀ ଉପରେ | ୧୨ ଷ୍ଟେସନରେ ୪୪ ଡିଗ୍ରୀ ଉପରେ |

Related posts

ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ; ୨୫୪ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

ବିବାହିତା ମହିଳାଙ୍କୁ ଦୁଷ୍କର୍ମ, ୨ ଗିରଫ

mahabharatanews

ସ୍ଥିର ରହୁନି ସୁନାରୁପା ଦର, ପୁଣି ମହଙ୍ଗା ହେଲା ରୁପା

mahabharatanews