ଓଡିଶା

ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ଆଉ ୬ ମାସ ମିଳିବ ମାଗଣା ଅତିରିକ୍ତ ଚାଉଳ

ଭୁବନେଶ୍ୱର:ଆଜି ହେଉଛି ଉତ୍କଳ ଦିବସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ ଘୋଷଣା କରିଛନ୍ତି । ରାଜ୍ୟରେ ହିତାଧିକାରୀଙ୍କୁ ଆଉ ୬ ମାସ ମିଳିବ ମାଗଣା ଅତିରିକ୍ତ ଚାଉଳ। ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଆଉ ୬ ମାସ ମାଗଣା ଚାଉଳ ମିଳିବ। ହିତାଧିକାରୀଙ୍କୁ ଏପ୍ରିଲରୁ ସେପ୍ଟେମ୍ୱର ପର୍ଯ୍ୟନ୍ତ ଅତିରିକ୍ତ ୫ କେଜି ଚାଉଳ ମିଳିବ । ୫ କିଲୋ ଅତିରିକ୍ତ ଚାଉଳ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ଉପକୃତ ହେବେ ରାଜ୍ୟର ୮.୦୯ ଲକ୍ଷ ପରିବାର । ଏହି ବାବଦରେ ୯୧.୭୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ । ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ନାମ ଲେଖାଇଥିବା ହିତାଧିକାରୀଙ୍କୁ ଏହି ସୁବିଧା ମିଳିବ । ଉଲ୍ଲେଖଯୋଗ୍ୟ ଯେ ହିତାଧିକାରୀଙ୍କ ପାଇଁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ମାଗଣା ଚାଉଳ ପ୍ରଦାନ ଯୋଜନାକୁ ପୂର୍ବରୁ ଗତ ବର୍ଷ ଡିସେମ୍ବର ମାସରୁ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।

Related posts

ସ୍ନାନ ପୂର୍ଣ୍ଣିମା ପରବର୍ତ୍ତୀ ଅଣସର ଦର୍ଶନ ପାଇଁ ଅଲାରନାଥ ମନ୍ଦିରରେ ପ୍ରସ୍ତୁତି ସମୀକ୍ଷା କଲେ…

mahabharatanews

୧୨ ଘଣ୍ଟିଆ ମନମୁଣ୍ଡା ବନ୍ଦ ଡାକରା

mahabharatanews

ଜଷ୍ଟିସ ଶୁଭାଶିଷ ତାଳପତ୍ର ହେବେ ଓଡ଼ିଶା ହାଇକୋର୍ଟର ବିଚାରପତି

mahabharatanews