ମନୋରଞ୍ଜନ

ରକ୍ତାକ୍ତ ଅବସ୍ଥାରେ ରଣବୀର

(ମୁମ୍ବାଇ) : ଗତବର୍ଷ ରଣବୀର କପୁର ‘ଏନିମଲ’ ସିନେମା ଜରିଆରେ ଥିଏଟର୍ସରେ ଜଲୱା ଦେଖାଇଥିଲେ। ଏହି କ୍ରମରେ କିଛିଦିନ ହେବ ‘ଏନିମଲ ପାର୍ଟ ୨’ ଆସିବା ପୂର୍ବରୁ ସୋସିଆଲ ମିଡିଆରେ ସିନେମାର ଏକ ଅନସିନ ଫଟୋ ପୋଷ୍ଟ କରାଯାଇଛି। ଯେଉଁଥିରେ ରଣବୀରଙ୍କୁ ରକ୍ତାକ୍ତ ଅବସ୍ଥାରେ ଦେଖିବାକୁ ମିଳିଥିଲା। ରଣବୀରଙ୍କ ଏହି ଫଟୋ ସେଲିବ୍ରିଟି ହେୟାର ଷ୍ଟାଇଲିଷ୍ଟ ଆଲିମ ହାକିମ ଦ୍ବାରା କ୍ଲିକ କରାଯାଇଛି। ଆଲିମ ଏହି ଫଟୋ ସେୟାର କରି ଲେଖିଛନ୍ତି, ‘ଏନିମଲର ସେଟରୁ ଏହି ଫଟୋ ମୁଁ କ୍ଲିକ କରିଛି। ଏହା ଅଜିଜର ଇଣ୍ଟ୍ରୋ ସୁଟ ଥିଲା। ଏହି ଫଟୋରେ ରଣବୀରଙ୍କ ଆଖିରେ ଇମୋସନ ଦେଖିବାକୁ ମିଳିଛି। ଏନିମଲ ସିନେମା ସର୍ବଦା ମୋ ହୃଦୟରେ ରହିବ।’

ସୋସିଆଲ ମିଡିଆରେ ରଣବୀରଙ୍କ ଏହି ରକ୍ତାକ୍ତ ଅବସ୍ଥାର ଫଟୋ ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ରଣବୀର କୌଣସି ଦୁର୍ଘଟଣାର ଶିକାର ହୋଇଛନ୍ତି ନା ଏହା କୌଣସି ସିନେମାର ଦୃଶ୍ୟ ବୋଲି ପ୍ରଶ୍ନ କରିଛନ୍ତି।

Related posts

ଆଇଜିଟି ୯ର ବିଜେତା ହେଲେ ଦିବ୍ୟାଂଶୁ ଓ ମନୁରାଜ

mahabharatanews

କ୍ଷମା ମାଗିଲେ ଫିଲ୍ମ ‘ଆଦିପୁରୁଷ’ ଲେଖକ ମନୋଜ ମୁନ୍ତଶିର୍‌ 

mahabharatanews

୧୯ରେ ରିଲିଜ ହେବ ସୁପରଷ୍ଟାର ଥଲପଥି ବିଜୟଙ୍କ ଫିଲ୍ମ ‘ଲିଓ’ 

mahabharatanews