ମନୋରଞ୍ଜନ

ପୁଣି ଭାଇରଲ ହେଲା ଦୀପିକାଙ୍କ ଫୋଟୋ

(ମୁମ୍ବାଇ) : ଅଭିନେତା-ସ୍ୱାମୀ ରଣବୀର ସିଂଙ୍କ ସହ ତାଙ୍କର ପ୍ରଥମ ସନ୍ତାନକୁ ଆଶା କରୁଥିବା ଦୀପିକା ପାଦୁକୋନ ଗତକାଲି ରାତିରେ ମୁମ୍ବାଇରେ ରାତ୍ରୀ ଭୋଜନ ପାଇଁ ବାହାରକୁ ବାହାରିଥିବାର ଏକ ଭିଡିଓ ଏବେ ଇଣ୍ଟର୍‌ନେଟ୍‌ରେ ଭାଇରାଲ୍‌ ହେଉଛି।

ସୂଚନାନୁଯାୟୀ, ଅଭିନେତ୍ରୀ ତାଙ୍କ ମା ଉଜ୍ବଳା ପାଦୁକୋନଙ୍କ ସହ ନଜର ଥିଲେ। ଦୀପିକା ପାଦୁକୋନ୍ ଏକ କଳା ଗାଉନ୍‌ ପିନ୍ଧିଥିବା‌ ବେଳେ ଡେନିମ୍ ଜ୍ୟାକେଟ ଓ ଧଳା ଜୋତାରେ ବେଶ୍‌ ଆକର୍ଷଣୀୟ ଦିଶୁଥିଲେ। ଦୀପିକା ପାଦୁକୋନ ଏବଂ ରଣଭୀର ସିଂ ସେମାନଙ୍କର ପ୍ରଥମ ସନ୍ତାନ ଆସିବାକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ଗତ ଫେବ୍ରୁଆରି ୨୯ ତାରିଖରେ ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ସେମାନେ ସେମାନଙ୍କର ପ୍ରଥମ ସନ୍ତାନକୁ ଆଶା କରୁଛନ୍ତି ବୋଲି ଘୋଷଣା କରିଥିଲେ।

 

 

Related posts

ରଣବୀର କପୁରଙ୍କୁ ସମନ ଜାରି 

mahabharatanews

‘ଟାଇଗର-୩’କୁ ନେଇ ଏପରି କିଛି କହିଲେ ସଲମାନ ଖାନ

mahabharatanews

ଚେନ୍ନାଇରେ ଜୀବନଯାତ୍ରା ଠପ୍, ଫସିଲେ ଅମିର ଖାନ୍

mahabharatanews