ମନୋରଞ୍ଜନ

ଭାଇରଲ ହେଲା ହ୍ରିତିକ ରୋଶନ ଓ ପ୍ରେମିକା ସବାଙ୍କ ଫୋଟୋ

(ମୁମ୍ବାଇ) : ଚର୍ଚ୍ଚାରେ ଅଭିନେତା ହ୍ରିତିକ ରୋଶନ ଓ ତାଙ୍କ ପ୍ରେମିକା ସବା ଆଜାଦ । ଉଭୟ ଛୁଟି କାଟୁଛନ୍ତି। ଏହି ଯୋଡି ଆର୍ଜେଣ୍ଟିନାର ବୁଏନ୍ସ ଆୟରିସରେ ବେଶ୍ ମଧୁର ସମୟ ବିତାଉଛନ୍ତି। ସବା ସେମାନଙ୍କ ଭ୍ୟାକେସନ୍‌ ବା ଛୁଟିର ଏକ ନୂତନ ଫଟୋ ସେୟାର କରିଛନ୍ତି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେଉଛି । ସବା ଆଜାଦ ନିଜ ଇନଷ୍ଟାଗ୍ରାମରେ ପ୍ରେମୀଯୁଗଳଙ୍କର ଏକ ରୋମାଣ୍ଟିକ ଫଟୋ ସେୟାର କରିଛନ୍ତି।

ଇନ୍‌ଷ୍ଟା ଷ୍ଟୋରିରେ ‘ଆକବର’ ଅଭିନେତାଙ୍କ ଫଟୋ ସେୟାର କରି ଲେଖିଛନ୍ତି, “ମୋର ହିପ୍ପୋ ହୃଦୟ ବା ମାଇଁ ହିପୋ ହାର୍ଟ”। ଅନ୍ୟ ଏକ ଫଟୋରେ ହ୍ରିତିକ ଓ ସବା ସେଲଫି ପୋଜ୍‌ ଦେଇଛନ୍ତି। ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ ପାଇଁ ହ୍ରିତିକ୍ ଏବଂ ସାବା ବାରମ୍ବାର ଏକାଠି ଯାତ୍ରା କରନ୍ତି ଓ ଫଟୋ ବି ପୋ‌ଷ୍ଟ୍‌ କରନ୍ତି। ହ୍ରିତିକ୍ ଏବଂ ସବାଙ୍କ ଡେଟିଂର ପ୍ରଥମ ଅପଡେଟ୍ ୨୦୨୨ ମସିହାରେ ଆସିଥିଲା।

Related posts

୧୧ରେ ଅନୁଷ୍ଠିତ ହେବ  ‘ଓସ୍କାର ୨୦୨୪’ 

mahabharatanews

ରିଲିଜ ହେଲା ‘ବିଗ୍ ବସ୍’ ପ୍ରୋମୋ

mahabharatanews

ରିଲିଜ ହେଲା ରାଜ କୁନ୍ଦ୍ରାଙ୍କ ବାୟୋପିକର ଟ୍ରେଲର 

mahabharatanews