ଭାରତ

ପୁଣି ତିହାର ଜେଲରେ କେଜ୍ରିୱାଲ

(ଦିଲ୍ଲୀ) : ଦିଲ୍ଲୀ ମଦ ଦୁର୍ନୀତି ମାମଲାର ଅଭିଯୁକ୍ତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ତିହାର ଜେଲ୍ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଗତକାଲି ତାଙ୍କର ଅନ୍ତରୀଣ ଜାମିନ ମିଆଦ ଶେଷ ହୋଇଥିବାରୁ କେଜ୍ରିୱାଲ ଅପରାହ୍ନରେ ଆତ୍ମସମର୍ପଣ କରିଛନ୍ତି।

ସୂଚନାନୁଯାୟୀ , ଏହାପରେ ତାଙ୍କୁ ଜୁନ୍‌ ୫ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ଆଜି ଆତ୍ମସମର୍ପଣ ପୂର୍ବରୁ କେଜ୍ରିୱାଲ ରାଜଘାଟରେ ମହାତ୍ମା ଗାନ୍ଧୀଙ୍କ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ପରେ କନାଟ୍ ପ୍ଲେସ୍‌ ହନୁମାନ ମନ୍ଦିର ପରିଦର୍ଶନରେ ଯାଇଥିଲେ। ସ୍ବାସ୍ଥ୍ୟ ସମସ୍ୟା କାରଣରୁ ଅନ୍ତରୀଣ ଜାମିନ ପାଇଁ କେଜ୍ରିୱାଲଙ୍କ ଆବେଦନ ଉପରେ ଦିଲ୍ଲୀର ଏକ ଅଦାଲତ ଜୁନ୍ ୫ ତାରିଖ ପର୍ଯ୍ୟନ୍ତ ରାୟ ସ୍ଥଗିତ ରଖିଛନ୍ତି। ଆଜି କେଜ୍ରିୱାଲ ଦିଲ୍ଲୀର ଡିଡିୟୁ ମାର୍ଗରେ ଥିବା ଆପ୍ କାର୍ଯ୍ୟାଳୟରେ ଦଳୀୟ କର୍ମୀମାନଙ୍କୁ ମଧ୍ୟ ଭେଟିଛନ୍ତି। ଏକଛତ୍ରବାଦୀ ସରକାରକୁ ବିରୋଧ କରିବାରୁ ତାଙ୍କୁ ଜେଲ୍‌ ଯିବାକୁ ପଡ଼ିଛି ଏବଂ ଏଭଳି ସମୟରେ ଦଳର ସମସ୍ତ ନେତା ଏକଜୁଟ ରହିବାକୁ ହେବ ବୋଲି କେଜ୍ରିୱାଲ କହିଛନ୍ତି। ଅନ୍ୟପକ୍ଷରେ କେଜ୍ରିୱାଲଙ୍କ ଅନୁପସ୍ଥିତିରେ ତାଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ଦଳର ଦାୟିତ୍ବ ତୁଲାଇବେ ବୋଲି ଚର୍ଚ୍ଚା ହେଉଛି।

Related posts

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ନକ୍ସଲ 

mahabharatanews

ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର ଦେଲେ ଇସ୍ତଫା

mahabharatanews

ଶେଷ ପର୍ଯ୍ୟାୟରେ ‘ଚନ୍ଦ୍ରୟାନ-୩’ର ଉତ୍‌‌କ୍ଷେପଣ 

mahabharatanews