ଓଡିଶାରାଜନୀତି

କଂଗ୍ରେସ ଗ୍ରୋଥ୍ କରୁଛି

ଭୁବନେଶ୍ୱର: ଚଳିତ ନିର୍ବାଚନରେ ଶରତ ପଟ୍ଟନାୟକଙ୍କ ପରାଜୟ ପରେ ବଢ଼ୁଛି କଂଗ୍ରେସ କନ୍ଦଳ । ଶୋଚନୀୟ ପରାସ୍ତ ପାଇଁ ପିସିସି ସଭପତି ଇସ୍ତଫା ଦେଇଦବା ଉଚିତ ବୋଲି କହିଲେ ପଞ୍ଚାନନ କାନୁନଗୋ । ଇସ୍ତଫା ନେଇ ଚର୍ଚ୍ଚା ପରେ ପ୍ରତିକ୍ରିୟା ରଖିଛନ୍ତି ଶରତ ପଟ୍ଟନାୟକ । ଗତଥର ଅପେକ୍ଷା କଂଗ୍ରେସ ଭଲ ପ୍ରଦର୍ଶନ କରିଛି ବୋଲି କହିଲେ ଶରତ । ନିର୍ବାଚନ ପୂର୍ବରୁ ୬ ବିଧାୟକ ଥିଲେ ଏଥର ୧୫ ବିଧାୟକ ।୨୫ ବର୍ଷର୍ରେ ଏତେ ସଂଖ୍ୟାର ବିଧାୟକ ଜିତି ନଥିଲୁ । ଏହା ସହ କହିଛନ୍ତି ବିଜେଡି ଗୋଟିଏ ବି ଏମପି ସିଟ ରଖିପାରିଲାନି ହେଲେ କଂଗ୍ରେସ ଜିତିଛି । ବିଭିନ୍ନ ସ୍ଥାନରେ ଭୋଟ ପ୍ରତିଶତ ବଢ଼ିଛି । କିନ୍ତୁ ଆମେ ସରକାର କରିପାରିଲନି, ଏଥିପାଇଁ ମୁଁ ଦାୟିତ୍ୱ ନେଉଛି । ଯାହା କହିବା କଥା ହାଇକମାଣ୍ଡକୁ ଜଣାଇ ଦେଇଛି କହିଲେ ଶରତ ପଟ୍ଟନାୟକ ।

 

Related posts

63 ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ 2025 ପାଳିତ

mahabharatanews

ଠିକା କର୍ମଚାରୀ ଇପିଏଫ ପାଇବାକୁ ହକ୍ଦାର: ସୁପ୍ରିମକୋର୍ଟ

mahabharatanews

ନଦୀରେ ଭାସିଗଲେ ଗର୍ଭବତୀ ମା’ ସହ ଝିଅ !

mahabharatanews