ଭାରତରାଜନୀତି

ବିରୋଧୀ ଦଳର ନେତା ହେବା ପରେ ବଢ଼ିଲା ରାହୁଲଙ୍କ ଗୁରୁତ୍ୱ

ନୂଆଦିଲ୍ଲୀ: ୧୦ ବର୍ଷ ଧରି ଖାଲି ପଡ଼ିଥିଲା ସଂସଦର ବିରୋଧୀ ଦଳ ନେତା ପଦ । ଆଉ ଏଥର ୧୮ ତମ ସଦନରେ ବିରୋଧ ଦଳ ନେତା ବନିଛନ୍ତି ରାହୁଲ ଗାନ୍ଧୀ । ଏହା ସହ ସଂସଦରେ ରାହୁଲଙ୍କ ଗୁରୁତ୍ୱ ବଢ଼ିଯାଇଛି । ସଂସଦରେ ବିରୋଧୀ ଦଳର ନେତାଙ୍କ ଭୂମିକା କୌଣସି ସାଧାରଣ ସାଂସଦଙ୍କ ତୁଳନାରେ ଢ଼େର ଅଧିକ । ଏବେ ପ୍ରଶ୍ନ ଉଠୁଛି, କେଉଁ ସବୁ ସୁବିଧା ପାଇବେ ରାହୁଲ । କ’ଣ ରହିବ ବିରୋଧୀ ଦଳ ନେତାଙ୍କ କ୍ଷମତା? ଖାଲି ସେତିକି ନୁହେଁ, ରାହୁଲ ବିରୋଧୀ ଦଳ ନେତା ହେବା ଫଳରେ ମୋଦୀ ସରକାରଙ୍କ ପାଇଁ ରହିବ କ’ଣ ଚ୍ୟାଲେଞ୍ଜ । ୩ ଲକ୍ଷ ୩୦ ହଜାର ଟଙ୍କା ରହିବ ରାହୁଲଙ୍କ ଦରମା । ମିଳିବ କ୍ୟାବିନେଟ ମନ୍ତ୍ରୀ ପାହ୍ୟା । ବଡ଼ ସରକାରୀ କୋଠା । ସଚିବାଳୟରେ ଅଫିସ ହେବ । ଏହା ସହ ଉଚ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା,ମାଗଣାରେ ବିମାନ ଯାତ୍ରା,ସରକାରୀ ଗାଡ଼ି ପାଇଁ ଭତ୍ତା ।

Related posts

ସିବିଏସଇ ୧୦ମ ଓ ୧୨ଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆଡମିଟ୍ କାର୍ଡ ଜାରି 

mahabharatanews

ପ୍ରଧାନମନ୍ତ୍ରୀଙ୍କ ଗୁରୁମନ୍ତ୍ର : ୨୫ବର୍ଷ ପାଇଁ ରଣନୀତି ପ୍ରସ୍ତୁତ କର

mahabharatanews

ପଶ୍ଚିମବଙ୍ଗ ନିର୍ବାଚନ: କଂଗ୍ରେସ ଏକାକୀ ବଙ୍ଗଳା ନିର୍ବାଚନ ଲଢ଼ିବ, ଖାରଗେଙ୍କ ଘରେ ବୈଠକରେ ନିଷ୍ପତ୍ତି ନିଆଯାଇଛି

mahabharatanews