ଓଡିଶାଦୁର୍ଘଟଣା

ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

ବାଲେଶ୍ବର: ସୋର ବ୍ଲକ କେଶରୀପୁର ପଞ୍ଚାୟତ ଜାମପତା ଗାଁରେ ଅଘଟଣ । ବିଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି ଜଣେ ବୃଦ୍ଧ । ଗୁରୁତର ଅବସ୍ଥାରେ ବୃଦ୍ଧଙ୍କୁ ସୋର ମେଡିକାଲ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ ଗତକାଲି ରାତିରେ ବିଲର ଚାଷ ଜଗିବାକୁ ଯାଇ ଘରକୁ ଫେରିବା ସମୟରେ ଭାଲୁଟି ଆକ୍ରମଣ କରିଥିଲା। ଫଳରେ ବୃଦ୍ଧ ଜଣଙ୍କ ଗୁରୁତର ଆହତ ହୋଇ ରାସ୍ତା ଉପରେ ପଡିରହିଥିଲେ। ସ୍ଥାନୀୟ ଲୋକେ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି  ଡାକ୍ତରଖାନା ନେଇଥିଲେ।

Related posts

୨୯ରୁ ଯୁକ୍ତ ଦୁଇରେ ନାମଲେଖା

mahabharatanews

ଲକଡାଉନକୁ ଅବମାନନା କରି ନିଲମ୍ବିତ

mahabharatanews

ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ

mahabharatanews