ଓଡିଶାରାଜନୀତି

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହେଲେ ଅରିନ୍ଦମ ଡାକୁଆ, ଅନୁପମ ଶାହା ଅତିରିକ୍ତ ସଚିବ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ହେଲେ କଟକ ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କୁ । ଅରିନ୍ଦମ ଡାକୁଆ ଓଡ଼ିଶା କ୍ୟାଡରର ୨୦୧୧ ବ୍ୟାଚ୍ ଆଇଏଏସ୍ ଅଫିସର। ସେହିପରି ଜଗତସିଂହପୁର ଜିଲ୍ଲାପାଳ ଅନୁପମ ଶାହାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଛି । ନିଯୁକ୍ତି ମିଳିଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ପ୍ରେସ ବାର୍ତ୍ତା ଦିଆଯାଇଛି ।

ଅରିନ୍ଦମଙ୍କ ଘର ଭଞ୍ଜନଗର ଅଂଚଳରେ ହୋଇଥିବାବେଳେ ଅନୁପମଙ୍କ ଘର କଳାହାଣ୍ଡି ଜିଲ୍ଲାରେ।  ସାଧାରଣ ନିର୍ବାଚନ ପୂର୍ବରୁ ନିର୍ଦ୍ଦେଶକ ପାହ୍ୟାର ଏହି ଦୁଇ ଅଫିସରଙ୍କୁ ଜିଲ୍ଲାପାଳ ଭାବେ ନିର୍ବାଚନ କମିଶନ ନିଯୁକ୍ତି ଦେଇଥିଲେ। ଅରିନ୍ଦମ ଡାକୁଆ ୨୦୧୩ ଜୁଲାଇରୁ ୨୦୧୪ ଅଗଷ୍ଟ ମାସ ପର୍ଯ୍ୟନ୍ତ କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଉପଜିଳ୍ଲାପାଳ ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ସେ ବଲାଙ୍ଗୀର ଓ ନୟାଗଡ଼ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିସାରିଛନ୍ତି । ସେହିପରି  ଅନୁପମ ଶାହାଙ୍କୁ ୨୦୧୪ ସେପ୍ଟେମ୍ବରରୁ ୨୦୧୫ ଡିସେମ୍ବର ପର୍ଯ୍ୟନ୍ତ ବାଲିଗୁଡ଼ା ଉପଜିଲ୍ଲାପାଳ ଭାବେ ଓଡ଼ିଶାରେ କ୍ୟାରିୟର ଆରମ୍ଭ କରିଥିଲେ। ସେ କୋରାପୁଟ ଓ ଗଜପତି ଜିଲ୍ଲାପାଳ ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି।

Related posts

ନାବାଳିକା ଗଣଦୁଷ୍କର୍ମ ମାମଲା: କୋର୍ଟରେ ହାଜର ହେଲେ ପୁଲିସ୍‌ ମହାନିର୍ଦ୍ଦେଶକ

mahabharatanews

ନଦୀରେ ଭାସୁଛି ଅଚିହ୍ନା ଯୁବକଙ୍କ ଶବ; ହତ୍ୟା ସନ୍ଦେହ

mahabharatanews

ଏନଟିପିସି, କଣିହାଁ ପକ୍ଷରୁ ଡକ୍ଟର ଆମ୍ବେଦକର ଜୟନ୍ତୀ ପାଳିତ

mahabharatanews