ଓଡିଶା

ନୀଳକନ୍ଦରକୁ ବାହାୁଡିଲେ ନୀଳାଦ୍ରିପତି

ପୁରୀ: ସରିଲା ନବଦିନାତ୍ମକ ଯାତ୍ରା । ନୀଳକନ୍ଦରକୁ  ବାହାୁଡିଲେ ନୀଳାଦ୍ରିପତି । ଗୋଟି ପହଣ୍ଡିରେ ରଥରୁ ରତ୍ନବେଦୀକୁ ତିନି ଠାକୁରଙ୍କୁ ନିଆଯାଯାଇଛି। ନିର୍ଦ୍ଧାରିତ ସମୟ ଠାରୁ ବିଳମ୍ବରେ ପହଣ୍ଡି ହୋଇଥିଲା। ଭକ୍ତ ଓ ଭଗବାନ ପରସ୍ପରଙ୍କୁ ଛାଡି ଯିବାକୁ ଚାହୁଁନଥିଲେ। ଆଉ ଜଗନ୍ନାଥଙ୍କ ପହଣ୍ଡି ବେଳେ ପୁରୀରେ ପ୍ରବଳ ବର୍ଷା ଦେଖିବାକୁ ମିଳିଥିଲା।

ଶୁକ୍ରବାର ସନ୍ଧ୍ୟା ଧୂପ ପରେ ଚାରମାଳ ବନ୍ଧାଯାଇ ପହଣ୍ଡି ହୋଇଥିଲା। ପୂର୍ବ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁସାରେ ସବୁ କାମ ସରିଥିଲା। ଶୃଙ୍ଖଳିତ ଭାବେ ନୀଳାଦ୍ରିବିଜେ କରାଇବାକୁ ସଜାଗ ରହିଥିଲେ ଦଇତାପତି ଓ ଶ୍ରୀମନ୍ଦିରର ପ୍ରଶାସନ। ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ଦେବୀ ସୁଭଦ୍ରା ଓ ଶ୍ରୀବଳଭଦ୍ରଙ୍କୁ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ନିଆଯାଇଥିଲା। ଶେଷରେ ରତ୍ନବେଦୀ ଅଭିମୁଖେ ବାହୁଡ଼ିଥିଲେ ଜଗତର ନାଥ ଜଗନ୍ନାଥ।

ଘୋଷଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରିବିଜେ ବେଳେ ପ୍ରଭୁ ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ଅଟକାଇଥିଲେ ଦେବୀ ମହାଲକ୍ଷ୍ମୀ । ଅଭିମାନିନୀ ମହାଲକ୍ଷ୍ମୀଙ୍କୁ ପ୍ରଭୁ ଚକାଡୋଳା ସାଙ୍ଗରେ ନେଇ ଆସିଥିବା ସ୍ବାଦିଷ୍ଟ ରସଗୋଲା ଦେଇ ମାନଭଙ୍ଗ କରିଥିଲେ । ଏହା ପରେ ବଡ଼ଠାକୁର ଶ୍ରୀମନ୍ଦିରକୁ ବିଜେ କରିଥିଲେ । ତେବେ ଚଳିତବର୍ଷର ପବିତ୍ର ରଥଯାତ୍ରାର ମଧ୍ୟ ସମାପନ ହୋଇଛି।

 

Related posts

ଦେଶୀ ମଦ ଜବତ, ୪ ଗିରଫ

mahabharatanews

୨ ବ୍ଲକରେ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ଉଦଘାଟିତ

mahabharatanews

ଏନ୍‌ଏସି ଗଠନ ଦାବି; ୧୨ଘଣ୍ଟିଆ ବନ୍ଦ ପାଳନ

mahabharatanews