bharatବିଶେଷ

ଦୁନିଆର ଏକମାତ୍ର ଅଦ୍ଭୁତ ଶିବଲିଙ୍ଗ, ଦର୍ଶନ କଲେ ମିଳେ ଅଲୌକିକ ଶକ୍ତି

ଦେବ ଦେବ ମହାଦେବ ବିଭିନ୍ନ ସ୍ଥାନରେ ଅନେକ ରୂପରେ ବିରାଜମାନ ଅଛନ୍ତି । ଆଉ ଭୋଳା ଶଙ୍କରଙ୍କ ସମସ୍ତ ରୂପ ହିଁ ନିଜ ନିଜ ଭିତରେ ସ୍ୱତନ୍ତ । କିନ୍ତୁ ମଧ୍ୟପ୍ରଦେଶର ରେୱା ଜିଲ୍ଲାର ମହାମୃତ୍ୟୁଞ୍ଜୟ ମନ୍ଦିରରେ ଏକ ନିଆରା ଶିବ ଲିଙ୍ଗ ବିରାଜମାନ । ଏହି ଶିବଲିଙ୍ଗ ଏକ ନୁହେଁ, ଦୁଇ ନୁହେଁ ୪୦୦ ବର୍ଷ ପୁରୁଣା ।

ଏହି ଶିବ ମନ୍ଦିରରୁ ହିଂସ୍ର ପଶୁମାନେ ମଧ୍ୟ ମଥାନତ କରିବା ପାଇଁ ଆସନ୍ତି । ଏହା ଦୁନିଆର ଏକମାତ୍ର ମନ୍ଦିର, ଯେଉଁଠାରେ ୧୦୦୧ ଛିଦ୍ର ଥିବା ଏକ ଶିବଲିଙ୍ଗ ଅଛି , ଯାହା ଅଲୌକିକ ଶକ୍ତି ପ୍ରଦାନ କରେ । ଏହି ମନ୍ଦିରର ଅନେକ ମହିମା ରହିଛି । ମହାମୃତ୍ୟୁଞ୍ଜୟଙ୍କ ଅନୁଗ୍ରହରେ ଅକାଳ ମୃତ୍ୟୁକୁ ଏଡାଇ ଦିଏ ଭକ୍ତ । ଏଠାରେ ଭୋଳାବାବାଙ୍କୁ ଦର୍ଶନ କଲେ ମୃତ୍ୟୁର ଭୟ ରୁହେ ନାହିଁ , ଅଧାରେ ଅଟକିଥିବା କାମ ସହଜରେ ହୋଇଯାଏ । ଏହି ମନ୍ଦିରକୁ ନେଇ ଏଭଳି ଅନେକ ବିଶ୍ୱାସ ରହିଛି ।

ପୁରୁଣା ରୋଗ ଭଲ ପାଇଁ ହେଉ କିମ୍ବା ମୃତ୍ୟୁ ଭୟ ଥିଲେ ଏଠାକୁ ଆସନ୍ତି ଶ୍ରଦ୍ଧାଳୁ । ମନ୍ଦିର ସ୍ଥାପନା ସମ୍ପର୍କରେ ଅନେକ କିମ୍ବଦନ୍ତୀ ରହିଛି । କିମ୍ବଦନ୍ତୀ ଅନୁସାରେ ବାନ୍ଧବଗଡ଼ର ରାଜା ଥରେ ଶିକାର କରିବା ପାଇଁ ମନ୍ଦିର ପାଖ ଜଙ୍ଗଲକୁ ଆସିଥିଲେ । ସେ ଦେଖିଲେ ଗୋଟିଏ ବାଘ ଏକ ହରିଣକୁ ଗୋଡ଼ାଇ ଗୋଡ଼ାଇ ମନ୍ଦିର ପାଖକୁ ଚାଲିଯାଇଛି ।

ହେଲେ ମନ୍ଦିର ପାଖକୁ ଆସିବା ମାତ୍ରେ ବାଘ ଶିକାର ନକରି ସେମିତି ଫେରିଗଲା । ଏହା ଦେଖି ରାଜା ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଆଉ ଖନନ କରିବା ପରେ ସେଠାରେ ମହାମୃତ୍ୟୁଞ୍ଜୟ ଭଗବାନଙ୍କର ଏକ ଧଳା ଶିବଲିଙ୍ଗ ବାହାରିଥିଲା । ଆଉ ସେହି ଠାରେ ରାଜା ଏକ ମନ୍ଦିର ତୋଳାଇଥିଲେ, ଯେଉଁଠାରେ ଆଜି ବି ଭକ୍ତଙ୍କ ଭିଡ଼ ଜମୁଛି ।

Related posts

ପତ୍ନୀଙ୍କ ଅନୁମତି ବିନା ମଦ୍ୟପାନ କଲେ ସ୍ୱାମୀଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ

mahabharatanews

ସବୁଠାରୁ ଲୋକପ୍ରିୟ ବିଶ୍ୱସ୍ତରୀୟ ନେତାଙ୍କ ତାଲିକାରେ ପ୍ରଧାନମନ୍ତ୍ରୀ ମୋଦୀ ପୁଣି ଥରେ ଶୀର୍ଷରେ

mahabharatanews

ଖରାପ ପଦର୍ଶନ ପାଇଁ ହୋଇପାରେ ନେତୃତ୍ୱ ବଦଳି ।

mahabharatanews