bharat

ଜମ୍ମୁ କଶ୍ମୀରରେ ଏନକାଉଣ୍ଟର : ଟଳିଲା ଆତଙ୍କୀ, ଜଣେ ଯବାନ ଆହତ

ଜମ୍ମୁ-କାଶ୍ମୀରର କୁପଓ୍ୱାଡାରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କୀ ସଫା । ଏହି ଏନକାଉଣ୍ଟରରେ ଜଣେ ସେନା ଯବାନ ମଧ୍ୟ ଆହତ ହୋଇଛନ୍ତି। ଗତ କିଛି ଦିନ ହେବ ଜମ୍ମୁ କଶ୍ମୀରରେ ଲଗାତର ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି। କୁପୱାଡା ଅଞ୍ଚଳରେ ଆତଙ୍କବାଦୀ ଓ ଲୁଚିଥିବା ଖବର ପାଇବା ପରେ ଦୁଇ ଦିନ ହେଲା ଭାରତୀୟ ସେନା ଓ ଜମ୍ମୁ କଶ୍ମୀର ପୁଲିସ୍ ଦ୍ବାରା ମିଳିତ ସର୍ଚ୍ଚ ଅପରେସନ କରାଯାଇଛି ।

ସୂଚନା ଅନୁସାରେ କୁପୱାରାରେ ଆତଙ୍କବାଦୀ ଲୁଚିଥିବା ଖବର ସେନାକୁ ମିଳିଥିଲା । ଏହାପରେ ଜମ୍ମୁ କଶ୍ମୀର ପୁଲିସ ସହ ମିଶି ସେନା ପକ୍ଷରୁ ଆରମ୍ଭ ହୋଇଥିଲା ମିଳିତ ଅପରେସନ୍। ଏଲ୍ଓସି ନିକଟସ୍ଥ ଜଙ୍ଗଳକୁ ଆତଙ୍କବାଦୀମାନେ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ସୁରକ୍ଷାବାହିନୀମାନେ ତାଙ୍କୁ ଘେରିଥିଲେ । ଏନକଣ୍ଟରରରେ ଜଣେ ଆତଙ୍କୀ ନିହତ ହୋଇଥିବା ବେଳେ ସୁରକ୍ଷା ବାହିନୀ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।

ତେବେ ଗତ କିଛି ଦିନ ଭିତରେ ସୀମାରେ ପୁଣି ଆତଙ୍କୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ଗତ ମଙ୍ଗଳବାର ଦିନ ଏଲଓସିରେ ପୁଞ୍ଚ ଜିଲ୍ଲାରେ ଆତଙ୍କୀଙ୍କ ଅନୁପ୍ରବେଶ ଉଦ୍ୟମ ବେଳେ ସେନା ସହ ଗୁଳି ବିନିମୟ ହୋଇଥିଲା। ଏଥିରେ ଜଣେ ଯବାନ ଆହତ ହୋଇଥିଲେ। ପରେ ଚିକିତ୍ସାଧୀନ ଅବସ୍ଥାରେ ସେ ସହିଦ ହୋଇଥିଲେ।

 

Related posts

୧୧ ତାରିଖରେ ପ୍ରଧାନମନ୍ତ୍ରୀ ତାମିଲନାଡୁ, କର୍ଣ୍ଣାଟକ ଗସ୍ତରେ ଜିବେ

mahabharatanews

ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ

mahabharatanews

ମୋଦିଙ୍କୁ ପ୍ରଶଂସା କଲେ ରାହୁଲ

mahabharatanews