ରାଜନୀତି

IPU ଉପସଭାପତି ହେଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଅପରାଜିତା ଷଡ଼ଙ୍ଗୀଙ୍କୁ ମିଳିଲା ଗୁରୁଦାୟିତ୍ୱ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ହେଲେ ଏସିଆ ପାସିଫିକ୍ ଗ୍ରୁପ IPU ଉପସଭାପତି । ଓଚଟ କାର୍ଯ୍ୟକାରୀ କମିଟି ଦ୍ୱାରା ସେ ମନୋନୀତ ହୋଇଛନ୍ତି । ନିଜର ଏକ୍ସ ଆକାଉଣ୍ଟରେ ସେ ଏହି ଖବର ଦେଇଛନ୍ତି ।

ଗତ ମାର୍ଚ୍ଚ ମାସରେ ଜେନିଭାରେ  IPU ଆସେମ୍ବଲୀରେ ଅପରାଜିତା ଭାଗ ନେଇଥିଲେ । ସେ  IPU କାର୍ଯ୍ୟକାରୀ  କମିଟିର ସଦସ୍ୟ ଅଛନ୍ତି। ଏସିଆ ପାସିଫିକ୍ ଗ୍ରୁପ ସାଂସଦକୁ ନେଇ  IPU- ଇଣ୍ଟର ପାର୍ଲିଆମେଣ୍ଟାରୀ ୟୁନିଅନ ରହିଛି  ।

 ଭୁବନେଶ୍ବର ଲୋକସଭା ସାଂସଦ ଅଛନ୍ତି ଅପରାଜିତା । ଏଥର ନିର୍ବାଚନରେ ଦ୍ୱିତୀୟ ଥର ପାଇଁ ନିର୍ବାଚନରେ ବିଜୟୀ ହୋଇଛନ୍ତି । କିଛି ଦିନ ତଳେ ହାଉସ୍‌ କମିଟିରେ ସ୍ଥାନ ପାଇଥିଲେ ଅପରାଜିତା । ୧୨ ଜଣିଆ ହାଉସ୍‌ କମିଟିରେ ତାଙ୍କୁ ସ୍ଥାନ ଦେଇଥିଲେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା। ଡ. ମହେଶ ଶର୍ମାଙ୍କ ଅଧ୍ୟକ୍ଷତାରେ ୧୨ ଜଣିଆ ହାଉସ କମିଟି ଗଠିତ ହୋଇଛି।

Related posts

ଆଳୁ ୩୨ ଟଙ୍କାରୁ ଅଧିକ ମୂଲ୍ୟରେ ବିକିଲେ କାର୍ଯ୍ୟନୁଷ୍ଠାନ : ଖାଦ୍ୟ ଯୋଗାଣ ମନ୍ତ୍ରୀ

mahabharatanews

ଏପଟେ ଚାଲୁଥିଲା ପୁଅର ଅସ୍ତ୍ରୋପଚାର, ସେପଟେ ଷ୍ଟେଜରେ ଭାଷଣ ଦେଉଥିଲେ ମଲ୍ଲିକାର୍ଜୁନ ଖାର୍ଗେ

mahabharatanews

ଇଡିର ସମନକୁ ମୁଁ ଡରେ ନାହିଁ: ଖାଡଗେ

mahabharatanews