ଓଡିଶା

ବଢ଼ିଲା ହୀରାକୁଦ ଜଳଭଣ୍ଡାରର ଜଳସ୍ତର

ସମ୍ବଲପୁର: ଉପର ମୁଣ୍ଡରେ ବର୍ଷା ପାଇଁ  ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରେ ଲାଗିଛି। ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ବର୍ତ୍ତମାନ ଜଳସ୍ତର ୬୦୪ ଫୁଟକୁ ଛୁଇଁଲାଣି। ଜଳସ୍ତର ୨ ଫୁଟ ବଢିଛି। ସେକେଣ୍ତ ପ୍ରତି ୧ ଲକ୍ଷ ୭୨ ହଜାର ୧୭୬ କ୍ୟୁସେକ ଜଳ ଜଳଭଣ୍ଡାରରେ ପ୍ରବେଶ କରୁଛି । ମହାନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଜଳଭଣ୍ଡାରରେ ବନ୍ୟାଜଳ ପ୍ରବେଶ କରିବାରେ ଲାଗିଛି। ଛତିଶଗଡରେ ଲଗାଣ ବର୍ଷା ଯୋଗୁ ଗତକାଲି ଠାରୁ ଜଳଭଣ୍ଡାରରେ ଅଧିକ ବନ୍ୟାଜଳ ପ୍ରବେଶ କରୁଛି।

Related posts

ସ୍ୱାଭିମାନ ଅଞ୍ଚଳରେ ସାପ୍ତାହିକ ହାଟ ବନ୍ଦ

mahabharatanews

ମୁଣ୍ଡଳୀ ବ୍ୟାରେଜ ଉପରୁ ମହାନଦୀକୁ ଡେଇଁଲେ ଯୁବକ

mahabharatanews

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ; ଅନଲାଇନରେ ଯୋଡି ହେବେ ୧୩ ଲକ୍ଷ ପ୍ରବାସୀ ଓଡ଼ିଆ 

mahabharatanews