ଓଡିଶା

ବଢ଼ିଲା ହୀରାକୁଦ ଜଳଭଣ୍ଡାରର ଜଳସ୍ତର

ସମ୍ବଲପୁର: ଉପର ମୁଣ୍ଡରେ ବର୍ଷା ପାଇଁ  ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରେ ଲାଗିଛି। ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ବର୍ତ୍ତମାନ ଜଳସ୍ତର ୬୦୪ ଫୁଟକୁ ଛୁଇଁଲାଣି। ଜଳସ୍ତର ୨ ଫୁଟ ବଢିଛି। ସେକେଣ୍ତ ପ୍ରତି ୧ ଲକ୍ଷ ୭୨ ହଜାର ୧୭୬ କ୍ୟୁସେକ ଜଳ ଜଳଭଣ୍ଡାରରେ ପ୍ରବେଶ କରୁଛି । ମହାନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଜଳଭଣ୍ଡାରରେ ବନ୍ୟାଜଳ ପ୍ରବେଶ କରିବାରେ ଲାଗିଛି। ଛତିଶଗଡରେ ଲଗାଣ ବର୍ଷା ଯୋଗୁ ଗତକାଲି ଠାରୁ ଜଳଭଣ୍ଡାରରେ ଅଧିକ ବନ୍ୟାଜଳ ପ୍ରବେଶ କରୁଛି।

Related posts

ଆଉ ଚଳିବ ନାହିଁ ଆଇଓସିଏଲର ମନମାନୀ: ଜମିହରା ପରିବାର

mahabharatanews

ହୀରାକୁଦର ଆଉ ୪ ଗେଟ ଖୋଲିଲା

mahabharatanews

ଟ୍ରକ ଦୁର୍ଘଟଣାରେ ଡ୍ରାଇଭର ମୃତ

mahabharatanews