ଅପରାଧଓଡିଶା

ପୁଣି ଅଲୋଡ଼ା ଶିଶୁକନ୍ୟା, ରାସ୍ତାକଡ଼ରୁ ନବଜାତ ଉଦ୍ଧାର

ଚାନ୍ଦବାଲି : ସତରେ କେବେ ବଦଳିବ ଏ ଲୋକଙ୍କ ମାନସିକତା । ଏକବିଂଶ ଶତାଦ୍ଦୀରେ ଆଜି ବି ଅଲୋଡ଼ା ହେଲା ଶିଶୁକନ୍ୟା । ଆଜି ରାସ୍ତା କଡରୁ ପୁଣି ଏକ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି । ଧାମରା ଥାନା କରଞ୍ଜମାଳ ପଞ୍ଚାୟତ ରାସ୍ତା କଡରୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ ।

ରାସ୍ତା କଡରେ ଏକ ଶିଶୁ ପଡିଥିବା ଲୋକେ ଦେଖିବାକୁ ପାଇଥିଲେ । ପରେ ଏହା ଏକ ନବଜାତ ଶିଶୁ କନ୍ୟା ଜଣାପଡିଥିଲା । ଉଦ୍ଧାର ପରେ ତୁରନ୍ତ ତାକୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ କିଏ ଏବଂ କାହିଁକି ଏହି ନବଜାତ ଶିଶୁକନ୍ୟାକୁ ରାସ୍ତା କଡରେ ଛାଡିଦେଇଯାଇଛି ସେନେଇ କିଛି ସୂଚନା ମିଳିନି । ଖବର ପାଇ ପୁଲିସ ଯାଞ୍ଚ ଆରମ୍ଭ କରିଛି ।

Related posts

ପୋଲିସ ଏସଆଇ ପରୀକ୍ଷା ମହାଦୁର୍ନୀତି ଘଟଣାରେ ସିଲିକନ ପ୍ରାଇଭେଟ ଲିମିଟେଡ଼ର ମାଲିକ ସୁରେଶ ନାୟକ ଗିରଫ

mahabharatanews

ଢେଙ୍କାନାଳ ଜିଲ୍ଲାକୁ ଅରେଞ୍ଜ ଜୋନ କାଟାଗୋରୀ ଘୋଷଣା

mahabharatanews

ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏ ଆଗୁଆ ଖରା ଛୁଟି ଘୋଷଣା କଲେ ସରକାର

mahabharatanews