ଅପରାଧଓଡିଶା

ସାମ୍ବାଦିକା ମଧୁମିତା ମୃତ୍ୟୁ ମାମଲା; ଫରେନ୍‌ସିକ୍‌ ଲ୍ୟାବ ପଠାଯିବ ମୋବାଇଲ

ଭୁବନେଶ୍ୱର: ଭୁବନେଶ୍ୱରରେ ସାମ୍ବାଦିକା ମଧୁମିତା ପରିଡ଼ାଙ୍କ ମୃତ୍ୟୁ ମାମଲାରେ ବଢୁଛି ସସପେନ୍ସ। ମଧୁମିତାଙ୍କ ସ୍ବାମୀ ଶ୍ରୀଧରଙ୍କ ଆଉ କାହା ସହିତ ସମ୍ପର୍କ ଅଛି କି ନା ସେନେଇ ଖୋଳତାଡ ଜାରି ରହିଛି। ଏଥିପାଇଁ ଶ୍ରୀଧରଙ୍କ ଫୋନ୍‌ ଫରେନ୍‌ସିକ୍‌ ଲ୍ୟାବ୍‌କୁ ପଠାଯିବ ବୋଲି କମିଶନରେଟ୍‌ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଶ୍ରୀଧର ବାୟୁସେନାରେ ଚାକିରି କରିଥିବାରୁ କମିଶନରେଟ ପୋଲିସଠାରୁ ଏୟାରଫୋର୍ସ ଅଧିକାରୀ ମାମଲା ସମ୍ପର୍କିତ ତଥ୍ୟ ସଂଗ୍ରହ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଶ୍ରୀଧରଙ୍କ ବିରୋଧରେ ମୃତ ମଧୁମିତାଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିଲେ। ଯାହା ଫଳରେ ଭାରତୀୟ ନ୍ୟାୟ ସଂହିତାର ଧାରା ଅନୁଯାୟୀ ଯୌତୁକ ନିର୍ଯାତନା, ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା, ହତ୍ୟାକାଣ୍ଡ ମାମଲା ରୁଜୁ ହୋଇଛି।

Related posts

ଏୟାର ପୋର୍ଟରେ ନାଗସାପ

mahabharatanews

ଚାଲି ଚାଲି ଓଡିଶା ପହଞ୍ଚିଲେ ଶ୍ରମିକ

mahabharatanews

ଚଣ୍ଡିଖୋଲ ନିକଟସ୍ଥ ଗାନ୍ଧୀ ଛକ ରେ ସଡ଼କ ଦୁର୍ଘଟଣା , ଦୁଇ ଗୁରୁତର

mahabharatanews