ବିଶ୍ୱ

ପୁଣି ଜୁକରବର୍ଗଙ୍କୁ ଲଢ଼େଇ ପାଇଁ ଚ୍ୟାଲେଞ୍ଜ ଦେଲେ ଏଲନ୍ ମସ୍କ

ମାର୍କ ଜୁକରବର୍ଗଙ୍କୁ ଏଲନ୍ ମସ୍କଙ୍କ ଖୋଲା ଚ୍ୟାଲେଞ୍ଜ । ବୈଷୟିକ ଜଗତର ଦୁଇ ବଡ଼ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ପୁଣି ଆରମ୍ଭ ହୋଇଛି ବାକ୍ ଯୁଦ୍ଧ । ଯେକୌଣସି ନିୟମ ସହ ଯେକୌଣସି ସ୍ଥାନରେ, ଯେକୌଣସି ସମୟରେ ଲଢ଼ିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ଏଲନ ମସ୍କ । ତେବେ ଏହା ପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ୟ ମେଟା ସିଇଓ ମାର୍କ ଜୁକରବର୍ଗଙ୍କୁ ଏପରି ଚ୍ୟାଲେଞ୍ଜ ଦେଇଛନ୍ତି ମସ୍କ ।

ଆମେରିକାର ସଂସଦରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଭାଷଣ ସମୟରେ ମାର୍କ ଜୁକରବର୍ଗଙ୍କ ବିରୋଧରେ ମସ୍କ ପୁଣି ଥରେ ଏପରି କଥା କହିଛନ୍ତି । ମସ୍କ କହିଛନ୍ତି, ମୁଁ ଜୁକରବର୍ଗଙ୍କୁ ଯେକୌଣସି ସ୍ଥାନରେ, ଯେକୌଣସି ସମୟରେ, ଯେକୌଣସି ନିୟମ ସହିତ ଲଢ଼ିପାରିବି । ସୋସିଆଲ ମିଡିଆରେ ମସ୍କଙ୍କ ବିବୃତ୍ତି ଭାଇରାଲ ହୋଇଥିଲା।

ଏସମ୍ପର୍କରେ ଜୁକରବର୍ଗ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ଆମେ ପ୍ରକୃତରେ ଏହା କରୁଛୁ କି? ଏହାକୁ ନେଇ ସେମାନଙ୍କ ମଧ୍ୟରେ ପୁନର୍ବାର ବାକ୍ୟୁଦ୍ଧ ଆରମ୍ଭ ହୋଇଥିଲା।

ଜଣେ ୟୁଜର ଲେଖିଛନ୍ତି ଲାଗୁଛି ଉଭୟେ ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି କରୁଛନ୍ତି। ଫଳରେ ଡିଜିଟାଲ୍ ସର୍ବୋଚ୍ଚତା ପାଇଁ ସଂଗ୍ରାମ ଏକ ଶାରୀରିକ ଲଢ଼େଇରେ ପରିଣତ ହେଉଛି। ଅନ୍ୟ ଜଣେ ୟୁଜର କହିଛନ୍ତି ମୁଁ ଭାବୁଛି ଦୁହେଁ ଗୁପ୍ତରେ ଭଲ ବନ୍ଧୁ। ମାତ୍ର ଲୋକଙ୍କୁ ଦେଖାଇବା ପାଇଁ ପରସ୍ପର ମଧ୍ୟରେ ବାକ୍ୟୁଦ୍ଧ ଜାରି ରଖିଛନ୍ତି।

Related posts

ୟୁକ୍ରେନ୍- ରୁଷ୍ ଯୁଦ୍ଧରେ ରୁଷ୍ ସୈନ୍ୟ ମୃତାହତ ହେଲେଣି; ୭୫,୦୦୦

mahabharatanews

ବିଫଳ ହେଲା ଜାପାନର ହାକୁତୋ-ଆର ମିଶନ୍ -୧

mahabharatanews

ଖୁବ୍ ଶୀଘ୍ର ଗିରଫ ହେବେ ଡୋନାଲ୍ଡ ଟ୍ରମ୍ପ, ପର୍ଣ୍ଣଷ୍ଟାରଙ୍କୁ ଅର୍ଥ ପ୍ରଦାନ ମାମଲାରେ ଆଜି ହୋଇପାରନ୍ତି ଗିରଫ

mahabharatanews