ଓଡିଶାରାଜନୀତି

ଗଞ୍ଜାମରେ ନବୀନଙ୍କ କ୍ରେଜ୍, ଝଲକ ପାଇଁ ଲୋକଙ୍କ ଭିଡ଼

ଗଞ୍ଜାମରେ ନବୀନଙ୍କ କ୍ରେଜ୍ । ନବୀନଙ୍କୁ ଦେଖିବା ପାଇଁ ରାସ୍ତାର ଦୁଇ ପାର୍ଶ୍ୱରେ ଶହ ଶହ ଲୋକଙ୍କ ଭିଡ଼ । କିଏ ନିଜ ପ୍ରିୟ ନେତାଙ୍କ ଝଲକ ପାଇବାକୁ ଅପେକ୍ଷା କରିଛି ତ ଆଉ କିଏ ତାଙ୍କ ସହ ଦୁଇ ପଦ କଥା ହେବାକୁ ଚାହିଁ ବସିଛି । ନବୀନଙ୍କୁ ପାଖରୁ ଦେଖିବା ଏବଂ ତାଙ୍କଠାରୁ ଆଶ୍ୱାସନା ପାଇବା ପାଇଁ ଲୋକଙ୍କ ମଧ୍ୟରେ ରହିଛି ପ୍ରବଳ ଉତ୍ସାହ । ଲୋକଙ୍କ ଏହି ଭିଡ଼ ନବୀନଙ୍କ ଲୋକପ୍ରିୟତା ଓ ଜନସମର୍ଥନର ଚିତ୍ରକୁ ସାମ୍ନାକୁ ଆଣିଛି ।

ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟାରେ ଗଞ୍ଜାମ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହି କ୍ଷତିଗ୍ରସ୍ତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିବା ପାଇଁ ନବୀନ ଆଜି ଦିନିକିଆ ଗଞ୍ଜାମ ଗସ୍ତରେ ଯାଇଛନ୍ତି ।

ଗସ୍ତ ସମୟରେ ସେ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ପରଖିବା ସହ କ୍ଷତିଗ୍ରସ୍ତ ଲୋକଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି । ବନ୍ୟା ଯୋଗୁଁ ଲୋକେ କେଉଁ କେଉଁ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି, ଘରଦ୍ୱାର ଓ ଜୀବିକାର କେତେ କ୍ଷତି ହୋଇଛି, ସେ ସମ୍ପର୍କରେ ମଧ୍ୟ ଅବଗତ ହୋଇଛନ୍ତି ।

ବିପତ୍ତି ସମୟରେ ନିଜ ଅଞ୍ଚଳରେ ନବୀନଙ୍କୁ ପାଇ ଲୋକଙ୍କ ମଧ୍ୟରେ ଖୁସି ଓ ଉତ୍ସାହ ଦେଖିବାକୁ ମିଳିଛି । ନବୀନଙ୍କ ଗସ୍ତକୁ ନେଇ ଗଞ୍ଜାମରେ ଏବେ ଚର୍ଚ୍ଚା ଜୋର ଧରିଥିବା ବେଳେ ରାସ୍ତାରେ ଜମିଥିବା ଲୋକଙ୍କ ଭିଡ଼ ତାଙ୍କ ପ୍ରତି ଥିବା ଆକର୍ଷଣକୁ ପୁଣିଥରେ ପ୍ରମାଣିତ କରିଛି ।

Related posts

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

mahabharatanews

ରାଜ୍ୟର ଯୁକ୍ତ ୩, ପିଜି ପରୀକ୍ଷା ବାତିଲ

mahabharatanews

ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସୋନିଆ ଗାନ୍ଧି

mahabharatanews