ଓଡିଶା

ଆଜି ବସିବ ରତ୍ନଭଣ୍ଡାର ଗୁରୁତ୍ୱପୂର୍ଣ୍ଣ ବୈଠକ

ପୁରୀ: ରତ୍ନଭଣ୍ଡାର ସ୍ଥିତି ଓ ସ୍ଥାୟୀତ୍ୱ ନେଇ ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଆଜି ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ ।  ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିବ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ। ବୈଠକରେ ଯୋଗଦେବେ ଏଏସ୍ଆଇ ଅଧିକାରୀ। କେବେଠୁ ଯାଞ୍ଚ ଓ ମରାମତି ହେବ, ସେ ନେଇ ଆଲୋଚନା କରାଯିବ। ପ୍ରତ୍ନତାତ୍ତ୍ୱିକ ସର୍ଭେ ଅଫ୍ ଇଣ୍ଡିଆ ଖୁବ୍ ଶୀଘ୍ର ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଆରମ୍ଭ କରିବ। ଏଏସଆଇ ରତ୍ନଭଣ୍ଡାରର ପ୍ରାଥମିକ ଯାଞ୍ଚ କରିସାରିଛି ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ରବିବାର ଦିନ ଗଣମାଧ୍ୟମକୁ କହିଛନ୍ତି । ସେ କହିଛନ୍ତି, ରତ୍ନଭଣ୍ଡାରର ବାହ୍ୟ ଓ ଭିତର କୋଠରୀଗୁଡ଼ିକର ମରାମତି ପ୍ରକ୍ରିୟା ଖୁବ ଶୀଘ୍ର ଆରମ୍ଭ ହେବ। ଅନ୍ୟପକ୍ଷେ ମହାପ୍ରଭୁଙ୍କ ରିତିନୀତିରେ ଯେପରି ଅସୁବିଧା ନହେବ ତାହା ଉପରେ ଗୁରୁତ୍ୱ ଦିଆଯାଇଛି। ଆଗ ବାହାର ରତ୍ନଭଣ୍ଡାର ମରାମତି କାମ ସରିବ। ପରେ ଭିତର ମରାମତି ପାଇଁ ଲେଜର ସ୍କାନିଂ ହେବ କି ନ ହେବ ନିଷ୍ପତ୍ତି ହେବ ବୋଲି ମନ୍ତ୍ରୀ କହିଛନ୍ତି।

Related posts

ବିଜେଡିରେ ସାମିଲ ହେଲେ ଭି.କେ ପାଣ୍ଡିଆନ

mahabharatanews

୧୫ ଅଗଷ୍ଟ ୨୦୨୧ରୁ ଆଜି ମଧ୍ୟରେ ୪,୮୧,୨୭୦ ଟଙ୍କା

mahabharatanews

ଦ୍ବିତୀୟ ଦିନରେ ମୌସୁମୀ ଅଧିବେଶନ

mahabharatanews