ଓଡିଶାରାଜନୀତି

କେନ୍ଦ୍ର ସରକାରଙ୍କ ବଜେଟ୍ ଐତିହାସିକ:ବୈଜୟନ୍ତ

ଭୁବନେଶ୍ୱର: କେନ୍ଦ୍ର ବଜେଟକୁ ନେଇ ବିଜେପି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସାମ୍ବାଦିକ ସମ୍ମିଳନୀ  । କହିଛନ୍ତି, କେନ୍ଦ୍ର ସରକାରଙ୍କ ବଜେଟ୍ ଐତିହାସିକ। ବଜେଟରେ ବିକଶିତ ଭାରତ ଲାଗି ରୋଡ୍ ମ୍ୟାପ ପ୍ରସ୍ତୁତ ହୋଇଛି। ୟୁପିଏଠୁ ଏନଡିଏ ସମୟରେ ଭାରତର ଅଧିକ ବିକାଶ ହୋଇଛି ବୋଲି କହିଛନ୍ତି ସାଂସଦ। ସାଂସଦ କହିଛନ୍ତିସ ଗତ ୬ରୁ ୭ ବର୍ଷରେ ଦ୍ରୁତ ଗତିରେ ବଢ଼ିଥିବା ଅର୍ଥବ୍ୟବସ୍ଥା ପାଲଟିଛି ଭାରତ। ଇଂଲଣ୍ଡକୁ ଟପି ବିଶ୍ବ ଅର୍ଥନୀତିରେ ଆମେ ପଞ୍ଚମ ସ୍ଥାନରେ ପହଞ୍ଚିଛୁ। ୧୦ ବର୍ଷ ଭିତରେ ୧୨.୫ କୋଟି ନିଯୁକ୍ତି ସୃଷ୍ଟି ହୋଇଛି ବୋଲି କହିଛନ୍ତି ବୈଜୟନ୍ତ। ୟୁପିଏ ସମୟର ୧୦ ବର୍ଷରେ ୨.୯ କୋଟି ନିଯୁକ୍ତି ସୃଷ୍ଟି ହୋଇଥିଲ। ୟୁପିଏ ତୁଳନାରେ ଅଧିକ ନିଯୁକ୍ତି ସୃଷ୍ଟି ହୋଇଛି, ଯାହାକି ଐତିହାସିକ। ସେହିପରି ଓଡ଼ିଶାରେ ରେଳ ବିକାଶ ପାଇଁ ୧୦,୫୦୦ କୋଟି ଦିଆଯାଇଛି। ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆସିଛି, ଆୟୁଷ୍ମାନ ଭାରତ ଲାଗୁ ହେବ। ବହୁତ ଗୁଡ଼ିଏ କେନ୍ଦ୍ର ସରକାରଙ୍କ ଯୋଜନା ପୂର୍ବ ରାଜ୍ୟ ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ଲାଗୁ କରୁନଥିଲେ। ସେମାନେ ଯୋଜନାକୁ ହଇଜାକ୍ କରୁଥିଲେ ତାଙ୍କ ଯୋଜନା କରି। ହେଲେ ଏବେ ଡବଲ ଇଞ୍ଜିନ ସରକାର ଆସିବା ପରେ ଏହି ଯୋଜନା ସବୁ ଓଡିଶାରେ ଲାଗୁ କରାଯିବ ବୋଲି କହିଲେ ସାଂସଦ ବୈଜୟନ୍ତ ପଣ୍ଡା।

Related posts

ମଦ ବୋଝେଇ ବୋଲେରୋ ଜବତ, ଛଅ ଗିରଫ

mahabharatanews

ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଆକ୍ରମଣ ଘଟଣା ;୪ ଜଣଙ୍କୁ ଅଟକ ରଖିଛି ପୋଲିସ

mahabharatanews

ସେବା ସମବାୟ ସମିତି ପକ୍ଷରୁ ଧାନ ମଣ୍ଡି ଉଦଘାଟନ

mahabharatanews