ଓଡିଶା

ଫସିଥିବା ୭ ମତ୍ସ୍ୟଜୀବୀ ସୁରକ୍ଷିତ ଉଦ୍ଧାର

ପାରାଦୀପ: ପାରାଦୀପ ମହାନଦୀ ମୁହାଣରେ ଫସିଥିବା ୭ ମତ୍ସ୍ୟଜୀବୀ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି । ଫସିଥିବା ଟ୍ରଲର ସହ ଉଦ୍ଧାର ହୋଇଛନ୍ତି ୭ ଜଣ ମତ୍ସ୍ୟଜୀବୀ । କେନ୍ଦ୍ରାପଡ଼ା ମହାକାଳପଡ଼ା ବତୀଘର ନିକଟ ବାଲିଚର ଟାପୁରେ ହିଂସ୍ର ଜଙ୍ଗଲି ଜନ୍ତୁଙ୍କ ଭୟ ଭିତରେ ରାତି କାଟିଛନ୍ତି ୭ ମତ୍ସ୍ୟଜୀବୀ। ଶ୍ରୀକ୍ଷେତ୍ର-୩ ବୋଟ୍ ଟି ମାଛ ଧରି ଫେରୁଥିବା ବେଳେ ଏହାର ଇଞ୍ଜିନରେ ହଠାତ ତ୍ରୁଟି ଦେଖା ଯାଇଥିଲା । ଏହାପରେ ନିକଟରେ ଥିବା ଗୋପାଳଜୀଉ ବୋଟ୍‌ ଉକ୍ତ ବୋଟ୍ ଟି କୁ ଏକ ଦଉଡ଼ି ସାହାଯ୍ୟରେ ବାନ୍ଧି ଟାଣି ଆଣିଥିଲା ଏହାପରେ ମୁହାଣ ମୁହଁରେ ହଠାତ ଦଉଡିଟି ଛିଡ଼ି ଯାଇଥିଲା । ‌ ମୁହାଣ ଅଶାନ୍ତ ଥିବାରୁ ସମୁଦ୍ର ଭିତରେ ବତୀଘର ଆଡ଼କୁ ଭାସି ଯାଇଥିଲା । ପାଖରେ ସାଥୀ ମତ୍ସ୍ୟଜୀବୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଛନ୍ତି ।

Related posts

ପିପିଲିରେ ୨୯ ପ୍ଲାଟୁନ ଓଏସପି, ୩ କମ୍ପାନୀ ସିଏପିଏଫ ମୁତୟନ: ଡିଜିପି

mahabharatanews

ହରିରାଜପୁର ପଞ୍ଚୁଦୋଳ ମେଳଣ ପାଇଁ ପ୍ରସ୍ତୁତି ବୈଠକ

mahabharatanews

ବାଲୁକା କଳାରେ ବିଜୟ ମହାନ୍ତିଙ୍କୁ ୨ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀଙ୍କ ଶ୍ରଦ୍ଧାଞ୍ଜଳୀ

mahabharatanews