ଓଡିଶା

ରାତିରେ କ୍ୟାପିଟାଲ ହସ୍ପିଟାଲରେ ବୁଲିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାତିରେ କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶୁକ୍ରବାର ରାତିରେ ହସ୍ପିଟାଲ ହଠାତ ପହଞ୍ଚି  ବୁଲିବା ସହ ଚିତ୍କିତ୍ସା କିପରି ଚାଲିଛି ତଦାରଖ କରିଛନ୍ତି। ରୋଗୀ ମାନଙ୍କ ଯତ୍ନ କିପରି ନିଆ ଯାଉଛି ସେ ସମ୍ପର୍କରେ ପଚାରି ବୁଝିଛନ୍ତି ମୋହନ ମାଝୀ। ରୋଗୀମାନଙ୍କ ସହିତ ଆଲୋଚନା କରି ସେମାନଙ୍କ ରହିବା, ଖାଇବା ଆଦି ସୁବିଧା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ପଚାରି ବୁଝିଥିଲେ। ଏହା ସହିତ ହସ୍ପିଟାଲର ପରିମଳ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ବୁଝିଥିଲେ।

କ୍ୟାପିଟାଲ ହସ୍ପିଟାଲର ଆହୁରି ଆଧୁନିକୀକରଣ କରାଯାଇ ରୋଗୀ ମାନଙ୍କ ପାଇଁ ଅଧିକ ସୁବିଧାର ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ହସ୍ପିଟାଲରେ ରୋଗୀ ସେବାରେ ଆହୁରି ଅଧିକ ଉନ୍ନତି ଆଣିବା ତଥା ଡାକ୍ତର ଓ ଅନ୍ୟ କର୍ମଚାରୀ ମାନେ ରୋଗୀ ମାନଙ୍କ ପ୍ରତି ଅଧିକ ସମ୍ବେଦନଶୀଳ ହେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ସେଠାରେ ନିର୍ଦ୍ଦେଶକ ଶ୍ରୀ ଦିଲ୍ଲୀପ କୁମାର ପଣ୍ଡା ଉପସ୍ଥିତ ଥିଲେ।

Related posts

କରୋନା ଗାଇଡଲାଇନ ଉଲ୍ଲଙ୍ଘନ ପାଇଁ ପିସିସି ସଭାପତିଙ୍କୁ ଜରିମାନା

mahabharatanews

ମଦ ପାଇଁ ସାମାଜିକ ଦୂରତା ଭୁଲିଗଲେ ଗ୍ରାହକ

mahabharatanews

 ପ୍ରବଳରୁ ଅତି ପ୍ରବଳ ବର୍ଷା; ୫ ଜିଲ୍ଲାକୁ ରେଡ୍‌ ଓ୍ଵାର୍ଣ୍ଣିଂ ଜାରି 

mahabharatanews