ଓଡିଶା

ରାଜ୍ୟରେ ଏବେ ନାହିଁ ବନ୍ୟା ସ୍ଥିତି : ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ନାହିଁ ବନ୍ୟା ସ୍ଥିତି । ବର୍ତ୍ତମାନ ସୁଦ୍ଧା କୌଣସି ବନ୍ୟା ପରିସ୍ଥିତି କିମ୍ବା ଉଦବେଗଜନକ ସ୍ଥିତି ଉପୁଜି ନାହିଁ । ନଦୀ ଗୁଡ଼ିକ ବିପଦ ସଂକେତ ତଳେ ପ୍ରବାହିତ ହେଉଥିବା ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ।

ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ଅନୁସାରେ, ମାଲକାନଗିରି ଜିଲ୍ଲାରେ ଯାହା ଅଧିକ ବର୍ଷା ହେବାରୁ କ୍ଷୟକ୍ଷତି ହୋଇଛି । ଆଜି ସକାଳ ସୁଦ୍ଧା ବୈତରଣୀ, ବୁଢ଼ାବଳଙ୍ଗ ଅପ୍ ଟ୍ରେଣ୍ଡରେ ପାଣି ପ୍ରବାହିତ ହେଉଥିଲେ ବି ବିପଦ ସଂକେତ ତଳେ ରହିଛି । ହୀରାକୁଦରେ ୬ଟି ଗେଟ୍ ଖୋଲା ଥିଲା ।

ମହାନଦୀ ଉପର ମୁଣ୍ଡରେ ଯେହେତୁ ଆଭରେଜ୍ ୩୦ ମିଲିମିଟର ଉପରେ ରେନ୍ ଫଲ ହେଇଛି । ତେଣୁ ଆହୁରି ୮ଟି ଗେଟ୍ ଖୋଲିବାକୁ ନିଷ୍ପତ୍ତି ହୋଇଥିବା କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ।

ସେପଟେ ରାଉରକେଲା ସହରର ତଳିଆ ଅଞ୍ଚଳରେ ପଶିଲା ବଢ଼ି ପାଣି। ସାତ ଦିନରୁ ଅଧିକ ହେବ ବର୍ଷା ଲାଗି ରହିଥିବାରୁ ବ୍ରାହ୍ମଣୀ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ବ୍ରାହ୍ମଣୀ ଫୁଲିବା ସହ ବାଲୁଘାଟ ଅଞ୍ଚଳରେ ପାଣି ପଶୁଛି ।

Related posts

ଜନ୍ମମାଟିରେ ଶହିଦ ଯବାନ ସୁଧୀର ଟୁଡୁଙ୍କ ଶେଷକୃତ୍ୟ ସମ୍ପନ୍ନ

mahabharatanews

ରାଜେନ୍ଦ୍ର କଲେଜର ସାଂସ୍କୃତିକ ଶୋଭାଯାତ୍ରା

mahabharatanews

ବାଟରେ ଛକି ବସିଥିଲା ମୃତ୍ୟୁ

mahabharatanews