Uncategorized

ଭୟଙ୍କର ଦୁର୍ଘଟଣା : ୪ ମୃତ, ୬ ଗୁରୁତର

ନୂଆଦିଲ୍ଲୀ : ମଝି ରାସ୍ତାରେ ଚାଲିଗଲା ଜୀବନ । ରାସ୍ତାରେ ଛକି ବସିଥିଲା ଯମ । ଦିଲ୍ଲୀ-ମୁମ଼୍ବାଇ ଏକ୍ସପ୍ରେସ୍ ୱେରେ ମର୍ମନ୍ତୁଦ ଦୁର୍ଘଟଣା ଘଟି ୪ ଜଣଙ୍କ ଜୀବନ ଯାଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ମଧ୍ୟ ପ୍ରଦେଶ ବିକ୍ରମଗଡ଼ରେ କିଛି ଲୋକ ଆର୍ଟିଗା କାରରେ ଋଷିକେଶରୁ ଫେରୁଥିଲେ । ଏହି ସମୟରେ ମାଧେପୁର ନିକଟବର୍ତ୍ତୀ ଭଗବତଗଡ଼ ତ୍ରିଲୋକପୁରା ପାଖାପାଖି ସ୍ଥାନରେ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ଫଳରେ ଗାଡ଼ିରେ ଥିବା ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଥିଲେ । ସେମାନଙ୍କୁ ମାଧେପୁର ଜିଲା ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ଚିକିତ୍ସା ଜାରି ରହିଛି ।

Related posts

ଲକଡାଉନରେ ମୋଦୀଙ୍କ ଲୋକପ୍ରିୟତା ବଢିଛି: ନ୍ୟୁୟର୍କ ଟାଇମ୍ସ

mahabharatanews

ଏହି ଉପାୟରେ କରନ୍ତୁ ଚନ୍ଦ୍ର ପୂଜା ଦୂର ହେବ ଆର୍ଥିକ ସଙ୍କଟ

mahabharatanews

ରାମଲୀଳା ମୈଦାନରୁ ସିଏଏ ବିରୋଧୀଙ୍କୁ ମୋଦିଙ୍କ ଟାର୍ଗେଟ

mahabharatanews