ଓଡିଶା

ମନ୍ଦିର ପରିସରରେ ପଶିଲା ଦନ୍ତା

ସୁନ୍ଦରଗଡ଼: ସୁନ୍ଦରଗଡ଼ ବଣାଇ ସହରରେ ଗୋଠଛଡ଼ା ଦନ୍ତା ହାତୀର ଉତ୍ପାତ । ସହରର ବାଣେଶ୍ୱର ମନ୍ଦିର ପରିସରରେ ପଶିଲା ଦନ୍ତା ହାତୀ । ଲୋକେ ଭୟଭୀତ । ଦନ୍ତାକୁ ଘଉଡ଼ାଇବାକୁ ବନ ବିଭାଗର ଉଦ୍ୟମ ଜାରି ରଖିଛି ।  କିଛି ଦିନ ହେବ ଦନ୍ତା ବଣାଇ ଅଞ୍ଚଳରେ ସୃଷ୍ଟି କରିଛି ଆତଙ୍କ।

କିଛି ଦିନ ତଳେ ବଣାଇ ଥାନା ମଗରମୁଣ୍ଡାରେ ଅଞ୍ଚଳରେ ଗୋଠଛଡ଼ା ଦନ୍ତା ହାତୀର ଉପଦ୍ରବ ଦେଖିବାକୁ ମିଳିଥିଲା । ମଗରମୁଣ୍ଡାରେ ଗୋଠଛଡ଼ା ଦନ୍ତା ହାତୀର ଉତ୍ପାତ କରିଥିଲା । ଲୋକେ ହାତୀ ଭୟରେ ଘରୁ ବାହାରୁ ନାହାଁନ୍ତି । ଗମଗରମୁଣ୍ଡା ଗାଁ ପଶି ଲୋକେ ଶୋଇଥିବା ବେଳେ  ୫ଟି ଘରର କାନ୍ଥ ଭାଙ୍ଗି ଦେଇଥିଲା ଦନ୍ତା । ଶୋଇଥିବା ବେଳେ ବିପଦ ମୁହଁରୁ ଅଳ୍ପକେ ବର୍ତ୍ତିଛନ୍ତି ୩ରୁ ୪ ପରିବାର । ଦନ୍ତା ଘର ଭାଙ୍ଗିବା ସହ ଧାନ, ଚାଉଳ ଓ ଫସଲ ନଷ୍ଟ କରିଛି  ।

Related posts

” ଯୁବ ଶକ୍ତି ହିଁ ଓଡ଼ିଶାକୁ ଆଗକୁ ନେବ”: ବିଜେଡି ସୁପ୍ରିମୋ

mahabharatanews

ମୁଖ୍ୟମନ୍ତ୍ରୀ ବୁଲି ଦେଖିଲେ ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ

mahabharatanews

୧୮ ଲକ୍ଷ ୪୨ ହଜାର ୬୭ ଜଣଙ୍କୁ ତାଲିମ ଦେଇଥିଲେ ରାଜ୍ୟ ସରକାର କିନ୍ତୁ ଚାକିରି ଦେଇଛନ୍ତି ୧ ଲକ୍ଷ 5 ହଜାର ୪୪୪ ପିଲାଙ୍କୁ

mahabharatanews