ଓଡିଶା

ଡାକ୍ତର ସ୍ୱାଧୀନ ପଣ୍ଡାଙ୍କ ନିଖୋଜ ଘଟଣା: ଡିଏନ୍ଏ ଟେଷ୍ଟ ପାଇଁ ନମୁନା ଦେଲେ ଭଉଣୀ

ୱାୟନାଡ୍: ୱାୟନାଡ୍ ଭୂସ୍ଖଳନରେ ଡାକ୍ତର ସ୍ୱାଧୀନ ପଣ୍ଡାଙ୍କ ନିଖୋଜ ଘଟଣା  । ଏପର୍ଯ୍ୟନ୍ତ ସ୍ବାଧୀନ ପଣ୍ଡାଙ୍କ କୌଣସି ସୂଚନା ମିଳିନାହିଁ । ସ୍ବାଧୀନ ସନ୍ଧାନ ମିଳିବା ପାଇଁ ତାଙ୍କ ଭଉଣୀଙ୍କ କରାଯାଇଛି ଡିଏନ୍ଏ ଟେଷ୍ଟ । ଡିଏନ୍ଏ ଟେଷ୍ଟ ପାଇଁ ନମୁନା ଦେଇଛନ୍ତି ସ୍ୱାଧୀନଙ୍କ ଭଉଣୀ ସୋମାଲି  । ୪୮ ଘଣ୍ଟା ମଧ୍ୟରେ ଆସିବ ଡିଏନ୍‌ଏ ଟେଷ୍ଟ ରିପୋର୍ଟ । ଅନ୍ୟପଟେ ଆହତ ଡାକ୍ତର ସ୍ୱୀକୃତି ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଏବେ ସୁଧାର ଆସିଛି  । ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ପରିବାର ନିର୍ଦ୍ଦେଶାଳୟର ଓଏସ୍‌ଡି ପ୍ରୀତିଶ ପଣ୍ଡା  ।

ସୂଚନା ଅନୁସାରେ, କେରଳ ୱାୟନାଡ ବିଭୀଷିକାକୁ ସପ୍ତାହେ ବିତି ଗଲାଣି  ।  କିନ୍ତୁ ବୁଲିବାକୁ ଯାଇଥିବା ବ୍ୟାସନଗରର ଡାକ୍ତର ସ୍ୱାଧୀନ ପଣ୍ଡାଙ୍କ ପତ୍ତା ଏବେବି ମିଳୁନାହିଁ  । ୱାୟନାଡ ଯାଇଛନ୍ତି ତାଙ୍କ ଭଉଣୀ ଓ ଭାଇ । ଏ ଯାଏଁ ସ୍ୱାଧୀନଙ୍କର କୌଣସି ପତ୍ତା ନମିଳିବାରୁ ପରିବାର ଲୋକଙ୍କ ଚିନ୍ତା ବଢିଯାଇଛି । ଗତ ୨୬ ତାରିଖରେ ସ୍ୱାଧୀନ ସାଙ୍ଗଙ୍କ ସହ ବେଙ୍ଗାଲୁରୁ ଯାଇଥିଲେ । ବେଙ୍ଗାଲୁରରୁ ୱାୟନାଡ ଯାଇ ଏକ ହୋଟେଲରେ ରହିଥିଲେ ସ୍ୱାଧୀନ। କିନ୍ତୁ ସେଠାରେ ହୋଇଥିବା ଭୂସ୍ଖଳନ ପରଠାରୁ ସେ ନିଖୋଜ ଅଛନ୍ତି । ସ୍ୱାଧୀନଙ୍କ ସହିତ ଯାଇଥିବା ତାଙ୍କ ବନ୍ଧୁ ସ୍ଵୀକୃତି ମହାପାତ୍ର, ଡାକ୍ତର ଵିଷ୍ଣୁ ପ୍ରସାଦ ଚିନ୍ନାରା ଏବଂ ତାଙ୍କ ସ୍ତ୍ରୀ ପ୍ରିୟଦର୍ଶିନୀ ପାଲ ମଧ୍ୟ ଭାସି ଯାଇଥିଲେ । ତେବେ ସ୍ଵୀକୃତି ଓ ଡାକ୍ତର ଚିନାରା ଙ୍କ ପତ୍ନୀ ପ୍ରିୟଦର୍ଶିନୀ ପାଲଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା  । କିନ୍ତୁ ଡାକ୍ତର ଚିନ୍ନାରାଙ୍କ ମୃତ୍ୟୁ ହୋଇଥିଲା  ।

Related posts

ରେଶମ ଆଞ୍ଚଳିକ କଲେଜର ରୌପ୍ୟ ଜୟନ୍ତୀ ପାଳିତ

mahabharatanews

ମୃତ୍ୟୁସଂଖ୍ୟା ୨୦୭କୁ ବୃଦ୍ଧି

mahabharatanews

ବାଇକକୁ ଧକ୍କା ଦେଲା ଆମ୍ବୁଲାନ୍ସ, ୩ ମୃତ

mahabharatanews

Leave a Comment