ବିଶ୍ୱ

ବାଂଲାଦେଶରେ ଗଠନ ହେଲା ଅନ୍ତରୀଣ ସରକାର,ନେତୃତ୍ବ ନେବେ ନୋବେଲ୍ ବିଜେତା ମହମ୍ମଦ ୟୁନୁସ

ବାଂଲାଦେଶରେ ହିଂସାକାଣ୍ଡ ଜାରି ରହିଛି । ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଶ ଛାଡିବା ପରେ ମଧ୍ୟ ବିକ୍ଷୋଭକାରୀମାନେ ହିଂସା ଜାରି ରଖିଛନ୍ତି । ଅଳ୍ପ ସଂଖ୍ୟକଙ୍କ ଉପରେ ଦାଉ ସାଧୁଛନ୍ତି ବିକ୍ଷୋଭକାରୀ । ଏହାରି ଭିତରେ ଗଠନ ହୋଇଛି ବାଂଲାଦେଶ ଅନ୍ତରୀଣ ସରକାର । ଆଉ ଏହାର ନେତୃତ୍ବ ନେବେ ନୋବେଲ୍ ବିଜେତା ମହମ୍ମଦ ୟୁନୁସ । ଗତକାଲି ତାଙ୍କୁ ବାଂଲାଦେଶର ଅନ୍ତରୀଣ ସରକାର ଚଳାଇବା ପାଇଁ ନେତା ମନୋନୀତ କରାଯାଇଛି ।

ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଧିନଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବିରୋଧୀ ଛାତ୍ରମାନେ ମଧ୍ୟବର୍ତ୍ତୀକାଳୀନ ସରକାରର ନେତୃତ୍ୱ ନେବାକୁ ମହମ୍ମଦ ୟୁନୁସଙ୍କୁ ନେତା ଭାବେ ଚୟନ କରିବାକୁ ଦେଇଥିବା ପ୍ରସ୍ତାବକୁ ଗ୍ରହଣ କରାଯାଇଛି। ସଂରକ୍ଷଣ ଆନ୍ଦୋଳନର ନେତୃତ୍ୱ ନେଉଥିବା ଛାତ୍ର ନେତାଙ୍କ ସହ ତିନି ସେନାର ମୁଖ୍ୟ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ। ସେପଟେ ପୂର୍ବରୁ ଦାୟିତ୍ୱ ଦେଲେ ଏହାକୁ ତୁଲାଇବେ ବୋଲି ଘୋଷଣା କରିଥିଲେ ୟୁନୁସ।

ସେପଟେ ଦିନେ ଦୁଇ ଦିନ ଭିତରେ ଭାରତ ଛାଡ଼ି ପାରନ୍ତି ଶେଖ୍ ହାସିନା । ୟୁରୋପର କୌଣସି ଦେଶକୁ ସେ ଯାଇପାରନ୍ତି। ଏହାରି ଭିତରେ ଚର୍ଚ୍ଚା ହେଉଛି ଋଷରେ ଶରଣ ନେଇପାରନ୍ତି ଶେଖ୍ ହାସିନା ।

Related posts

ବେଜିଙ୍ଗ୍‌ରେ ପ୍ରବଳରୁ ଅତି ପ୍ରବଳ ବର୍ଷା

mahabharatanews

ଭାରତର ଶ୍ରେଷ୍ଠ ୧୩ତମ ସ୍ଥାନରେ କିଟ୍ ବିଶ୍ୱବିଦ୍ୟାଳୟ

mahabharatanews

ପୁଣିଥରେ ଅନ୍ତର୍ଜାତିୟ ସ୍ତରରେ ଅପମାନ ମୁଣ୍ଡାଇଲା ପାକ୍ ।

mahabharatanews