ବିଶ୍ୱ

ମସଜିଦରେ ବଡ ଧରଣର ବିସ୍ଫୋରଣ, ୫୦ ଜଣ ମୃତ

(ଦିଲ୍ଲୀ) : ମସଜିଦରେ ବଡ ଧରଣର ବିସ୍ଫୋରଣ। ଶୁକ୍ରବାର ଆଫଗାନିସ୍ଥାନର କାବୁଲରେ ଥିବା ଏକ ମସଜିଦରେ ଏହି ବିସ୍ଫୋରଣ ଘଟିଛି। ଫଳରେ ଘଟଣାସ୍ଥଳରେ ହିଁ ୫୦ ଜଣ ପ୍ରାଣ ହରାଇଥିଲେ। ସେହିପରି ୨୦ ଜଣ ଗୁରୁତର ହୋଇଥିଲେ। ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ନମାଜ ପାଠ ବେଳେ ଏହି ବିସ୍ଫୋରଣ ଘଟିଥିବା ବେଳେ ୫୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୨୦ ଜଣ ଆହତ ହୋଇଛନ୍ତି। ଏନେଇ ତାଲିବାନର ଜଣେ ପ୍ରବକ୍ତା ଏହି ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ , ହଠାତ ସେହି ସମୟରେ ବିସ୍ଫୋରଣ ଘଟିଥିଲା।ଦେଶର ଅଳ୍ପସଂଖ୍ୟକ ସିଆ ମୁସଲମାନଙ୍କୁ ଟାର୍ଗେଟ କରି ଏଭଳି ବିସ୍ଫୋରଣ କରାଯାଥିବା କୁହାଯାଉଛି। ଏଥିରେ ୫ ଜଣ ପ୍ରାଣ ହରାଇଥିଲେ, ୬୫ ଜଣ ଆହତ ହୋଇଥିଲେ।

Related posts

ଖରାପ ପଦର୍ଶନ ପାଇଁ ହୋଇପାରେ ନେତୃତ୍ୱ ବଦଳି ।

mahabharatanews

ଠାବ ହେଲା ମହାକାଶଯାନ ଲୁନା-୨୫ର ଭଗ୍ନାବଶେଷ

mahabharatanews

ଇଣ୍ଡୋନେସିଆରେ ଭୂକମ୍ପର ଝଟକା , ସୁନାମି ଚେତାବନି

mahabharatanews