ଓଡିଶା

ପାର୍କିଂ କଳିରୁ ଡବଲ ମର୍ଡର !

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ପାର୍କିଂ କଳିରୁ ହତ୍ୟାକାଣ୍ଡ । ଘଟଣାର ୨ଜଣଙ୍କ ମୃତ୍ୟୁ ହୋଇଛି । ଏଭଳି ଘଟଣା ଘଟିଛି ବୁଧବାର ବିଳମ୍ବିତ ରାତିରେ ହାଇଟେକ ଆପାର୍ଟମେଣ୍ଟ ନିକଟ କଲ୍ୟାଣୀ ପ୍ଲାଜାରେ । ଗାଡି ପାର୍କିଂକୁ ନେଇ ଛୁରି ଭୁସି ହତ୍ୟା କରାଯାଇଥିବା ଜଣାଯାଇଛି। ତେବେ ହତ୍ୟାକାରୀଙ୍କୁ ଧରିବା ପାଇଁ ଏୟାରଫିଲ୍ଡ ଥାନା ପୋଲିସ ତଦନ୍ତ ଚଳାଇଛି।

ସୂଚନା ମୁତାବକ, ମୃତକ ଦୁଇଜଣ ହେଉଛନ୍ତି ରଶ୍ମି ରଞ୍ଜନ ସେଠୀ ଓ ବବଲୁ। ରଶ୍ମିଙ୍କ ଘର କୁହା ଗାଁରେ ହୋଇଥିବା ବେଳେ ବବଲୁଙ୍କ ଘର କେନ୍ଦ୍ରାପଡା ବୋଲି ଜଣାପଡିଛି। ହତ୍ୟାକାରୀ ଦୁଇଜଣ ହେଲେ ଗଣେଶ ମଲ୍ଲିକ ଓ ପପୁ ମଲ୍ଲିକ ବୋଲି ପ୍ରାଥମିକ ସୂଚନାରୁ ଜଣାପଡିଛି। ଖବର ପାଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସ୍ପେଶାଲ ସ୍କ୍ୱାଡ଼ ପହଞ୍ଚି ପାରିପାର୍ଶ୍ବିକ ପରିସ୍ଥିତି ଯାଞ୍ଚ କରିଛନ୍ତି। ସେପଟେ କିଛିଦିନ ତଳେ ଏକ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଏହି ଦୁଇ ଗୋଷ୍ଠୀ ଏୟାରଫିଲ୍ଡ ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ପୋଲିସ ଘଟଣାକୁ ହାଲକା ଭାବେ ନେଇଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ମୃତକଙ୍କ ପରିବାର ଲୋକେ ଥାନାରେ ପାଟିତୁଣ୍ଡ କରିଛନ୍ତି। ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା ପାଇଁ ଏୟାରଫିଲ୍ଡ ଥାନାରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି।

Related posts

ରାଜ୍ୟରେ ହଜାରେ ଉପରେ ଦୈନିକ କରୋନା ସଂକ୍ରମଣ: ଖୋର୍ଦ୍ଧାକୁ ଟପିଲା ସୁନ୍ଦରଗଡ଼ରେ କରୋନା ସଂକ୍ରମିତଙ୍କ ସଂଖ୍ୟା

mahabharatanews

ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର

mahabharatanews

ରାସ୍ତାଠୁ ଆରମ୍ଭ କରି ଗାାଁ ସବୁ ଆଡ଼େ ପୋକ , ଭୟରେ ଗ୍ରାମବାସୀ

mahabharatanews