bharat

ଠକ ରିକ୍ସାବାଲା, ୨ କିଲୋମିଟର ପାଇଁ ବିଦେଶୀନିଙ୍କ ଠାରୁ ଦାବି କଲେ ୬୦୦୦ ଭଡ଼ା

ନୂଆଦିଲ୍ଲୀ: ଅତିଥି ଦେବୋ ଭବଃ । ଭାରତର କୋଣ ଅନୁକୋଣରେ ରହିଛି ଉତ୍କର୍ଷତା । ଏହାର ମନଲୋଭା ସୋନ୍ଦର୍ଯ୍ୟ, ସ୍ମାରକ ଓ ଐତିହ୍ୟ କୀର୍ତ୍ତୀରାଜି, ସଂସ୍କୃତି, ତୀର୍ଥସ୍ଥଳୀ ଯାହା ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ଦେଇଛି ସମଗ୍ର ବିଶ୍ବରେ ସ୍ବତନ୍ତ୍ର ପରିଚୟ । କୌଣସି ପର୍ଯ୍ୟଟକ ଆସିଲେ ତାଙ୍କୁ ସସମ୍ମାନେ ପାଛୋଟି ନିଆଯାଏ । ହେଲେ କିଛି ନୀଚ୍ଚ ଲୋକଙ୍କ ପାଇଁ ଦେଶକୁ ନିନ୍ଦା ସହିବାକୁ ପଡ଼ୁଛି ।

ସିଙ୍ଗାପୁରର ଟ୍ରାଭେଲ ବ୍ଲଗର ସିବ୍ଲିୟା ଚାନ ଦିଲ୍ଲୀ ଆସିବାକୁ ନେଇ ନିଜର ଅନୁଭୂତି ବଖାଣିଛନ୍ତି। ସିବ୍ଲିୟା ନାମକ ବିଦେଶୀ ପର୍ୟ୍ୟଟକ ଭାରତ ଯାତ୍ରାରେ ବାହାରି ଦିଲ୍ଲୀ ଭ୍ରମଣରେ ଆସିଥିଲେ। ଏଠାରେ ତାଙ୍କ ସହିତ ଜଣେ ରିକ୍ସା ଚାଳକ ଖରାପ ବ୍ୟବହାର କରିଥିବା ସେ ଅଭିଯୋଗ କରିଛନ୍ତି। ଯାହା ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଦିଲ୍ଲୀର ଜଣେ ରିକ୍ସା ଚାଳକ ବିଦେଶୀ ପର୍ଯ୍ୟଟକଙ୍କୁ ଠକେଇ କରୁଥିବା ଦେଖିବାକୁ ମିଳିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଦିଲ୍ଲୀର ଏକ ରିକ୍ସା ଚାଳକ ଜଣେ ବିଦେଶୀ ଯୁବତୀଙ୍କ ଠାରୁ ମାତ୍ର ୨ କିଲୋମିଟର ଯାତ୍ରା ପାଇଁ ୬,୦୦୦ ଟଙ୍କା ମାଗିଥିଲେ। ଯାହା ଦିଲ୍ଲୀର ଜାମା ମସଜିଦରୁ ଲାଲ୍ କିଲ୍ଲା ପର୍ଯ୍ୟନ୍ତ ଯାତ୍ରା ଥିଲା। ଏହି ଘଟଣା ବର୍ତ୍ତମାନ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି।

ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେଲା। ଶେଷରେ ସେ ଇଚ୍ଛା ନଥାଇ ମଧ୍ୟ ବିବାଦରୁ ବର୍ତ୍ତିବା ପାଇଁ ବାଧ୍ୟ ହୋଇ ୨,୦୦୦ ଟଙ୍କା ଦେଇଥିଲେ। ଦିଲ୍ଲୀର ଏହି ଘଟଣା ପରେ ସୋସିଆଲ ମିଡିଆରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

Related posts

ଦେଶରେ ସୁନା ଦର ବଢିବା ପରେ ଏବେ ଲୋକଙ୍କୁ ଘାରିଲାଣି ପେଟ୍ରୋଲ ଚିନ୍ତା ।

mahabharatanews

ନମ୍ବର ୱାନ୍ ବ୍ୟାଟ୍ସମ୍ୟାନ୍ ଅଭିଶେକଙ୍କୁ ସୁପର ୮ ରେ ନନେଇ ପାରେ ଭାରତ ।

mahabharatanews

ଖରାପ ପଦର୍ଶନ ପାଇଁ ହୋଇପାରେ ନେତୃତ୍ୱ ବଦଳି ।

mahabharatanews