ଓଡିଶା

ରାତି ସୁଦ୍ଧା ପିକ୍ ଅତିକ୍ରମ, ତଳିଆ ଅଞ୍ଚଳରେ ପଶିପାରେ ପାଣି

ଭୁବନେଶ୍ଵର; ରାଜ୍ୟରେ ବନ୍ୟା ସ୍ଥିତି ନାହିଁ । ଏନେଇ ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ । ତେବେ ମହାନଦୀରେ ଜଳସ୍ତର ବଢୁଥିବାରୁ କେବଳ ତଳିଆ ଅଞ୍ଚଳରେ ପାଣି ପଶିପାରେ । ଏନେଇ ସତର୍କ ଅଛୁ। ରାତି ସୁଦ୍ଧା ଭାର୍ଗବୀ, ଦୟାରେ ପିକ୍ ଅତିକ୍ରମ କରିବ ବନ୍ୟାଜଳ ବୋଲି କହିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ।

ମହାନଦୀ ଜଳସ୍ତର ବଢ଼ୁଛି । ବର୍ତ୍ତମାନ ହୀରାକୁଦର ୧୪ଟି ଗେଟ୍‌ ଖୋଲା ଅଛି। ତଳିଆ ଅଞ୍ଚଳ କଣାସ, ଧନୁଆରେ ପାଣି ପଶିପାରେ ବୋଲି ଆଶା କରାଯାଉଛି। ସେଥିପାଇଁ ଖୋର୍ଦ୍ଧା, ପୁରୀ ଜିଲ୍ଲାର ଅଧିକାରୀ ସଜାଗ ଅଛନ୍ତି । ସେପଟେ ବୈତରଣୀ ବଢୁଛି, ବଡ଼ ବର୍ଷା ନଥିବାରୁ ଜଳସ୍ତର ଖସିବ । ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ଜଳକା ବିପଦ ସଂକେତ ତଳେ ପ୍ରବାହିତ ହେଉଛି ବୋଲି କହିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି।

Related posts

ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସ୍ୱାସ୍ଥ୍ୟ କେନ୍ଦ୍ର ଉଦ୍ଘାଟିତ

mahabharatanews

ସମର୍ପିତ ଓଡିଶା ଓ କମିଶନରେଟ ପୋଲିସ ପକ୍ଷରୁ ରକ୍ତଦାନ ଶିବିର

mahabharatanews

ବସ୍‌-ତେଲ ଟ୍ୟାଙ୍କର ଧକ୍କା; ୧୦ ଆହତ

mahabharatanews