ଓଡିଶା

ଫୁଲୁଛି ମହାନଦୀ ,୧୦ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ

ତଳମୁଣ୍ଡରେ ଜାରି ରହିଛି ଲଗାଣ ବର୍ଷା । ଆଉ ଉପରମୁଣ୍ଡରେ ହୀରାକୁଦର ୧୪ଟି ଗେଟ୍ ଖୋଲିଛି । ଫଳରେ ମହାନଦୀ ଓ ଏହାର ଶାଖା ନଦୀ ଗୁଡ଼ିକ ଫୁଲିବାରେ ଲାଗିଛନ୍ତି । ଆଉ ଏଥିପାଇଁ କଟକ, ପୁରୀ, ଖୋର୍ଦ୍ଧା ଓ ଜଗତସିଂପୁର ଜିଲ୍ଲାର କିଛି ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ବିଶେଷକରି ମହାନଦୀର ବ୍ୟାକ୍ ୱାଟର ଯୋଗୁଁ ବୁଡି ଯାଇଛି ଶହ ଶହ ହେକ୍ଟର ଚାଷ ଜମି। କିଛି ସ୍ଥାନରେ ରାସ୍ତା ଓ ପୋଲ ବୁଡ଼ିବା ସହ ସାମାନ୍ୟ ଜଳବନ୍ଦୀ ହୋଇଛନ୍ତି ଲୋକେ।

ରାଜ୍ୟରେ ଏବେ ସେଭଳି ବନ୍ୟା ସ୍ଥିତି ନଥିବା ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି। ସମ୍ବଲପୁର, ସୋନପୁର, ନୟାଗଡ଼, ଅନୁଗୋଳ, ବୌଦ୍ଧ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଭଳି ୧୦ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର।

Related posts

ବଲାଙ୍ଗିର ଏସ୍‌ଡିଜେଏମ କୋର୍ଟରୁ ନିଶା ମହାରଣାଙ୍କୁ ମିଳିଛି ଜାମିନ

mahabharatanews

ବହୁ ବାଦ ବିବାଦ ଓ ଆଲୋଚନା ପରେ ନବୀନ ନେଲେ ବଡ ନିଷ୍ପତ୍ତି ।

mahabharatanews

ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷା ପାଇଁ ଚୂଡାନ୍ତ ନିଷ୍ପତ୍ତି ହେବ ୧୮ରେ

mahabharatanews