ଭାରତ

ତାମିଲନାଡୁରେ ସଡ଼କ ଦୁର୍ଘଟଣା: ୫ ଛାତ୍ର ମୃତ, ୨ ଗୁରୁତର

ଚେନ୍ନାଇ: ତାମିଲନାଡୁରେ ଭୟଙ୍କର ସଡ଼କ ଦୁର୍ଘଟଣା। କାର୍‌ରେ ଯାଉଥିବା ବେଳେ ଧକ୍କା ଦେଲା ଟ୍ରକ୍‌। ଦୁର୍ଘଟଣାରେ ୫ ଛାତ୍ର ମୃତ ଓ ୨ ଗୁରୁତର ଥିବା ସୂଚନା ରହିଛି। ଚେନ୍ନାଇ-ତିରୁପତି ଏନ୍‌ଏଚ୍‌ ତିରୁଭେଲର ନିକଟରେ ଏହି ଦୁର୍ଘଟଣା ଘଟିଛି। ସମସ୍ତ ମୃତାହତ ଏକ ଘରୋଇ ବିଶ୍ବବିଦ୍ୟାଳୟର ଛାତ୍ର ବୋଲି ଜଣାପଡିଛି। ଏହି ଦୁର୍ଘଟଣାଟି ଏତେ ଭୟାନକ ଥିଲା ଯେ କାରଟି ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇଯାଇଛି।

ତାମିଲନାଡୁର ତିରୁଭେଲର ଜିଲ୍ଲାର ତିରୁଥାନି ଅଞ୍ଚଳରେ ରବିବାର ରାତିରେ ଏକ ଟ୍ରକ ଓ କାର ମୁହାଁମୁହିଁ ଧକ୍କା ହୋଇଛି। କାରରେ ଯାତ୍ରା କରୁଥିବା ୭ ଜଣ ଛାତ୍ରଙ୍କ ମଧ୍ୟରୁ ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏଥିରେ ଦୁଇଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ଛାତ୍ରମାନଙ୍କୁ ଆମ୍ବୁଲାନ୍ସ ଯୋଗେ ତିରୁଭେଲର ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଛି।

କୁହାଯାଉଛି ଯେ ରବିବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଏକ ଟ୍ରକ୍ ଏବଂ କାର ମଧ୍ୟରେ ସିଧାସଳଖ ମୁହାଁମୁହିଁ ଧକ୍କା ହୋଇଥିଲା। ଛୁଟିଦିନ ଥିବାରୁ ଛାତ୍ରମାନେ ଆନ୍ଧ୍ରପ୍ରଦେଶରୁ ଫେରୁଥିଲେ। ଏହି ଘଟଣାରେ କେ.କେ ଚତ୍ରମ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Related posts

ଜେଲରେ କଏଦୀଙ୍କୁ ମିଳୁଛି ଭିଆଇପି ସୁବିଧା, ଭିଡିଓ ହେଲା ଭାଇରାଲ

mahabharatanews

ମହିଳା ଏସିଆ କପ୍: ପାକିସ୍ତାନଠୁ ହାରିଲା ଭାରତ

mahabharatanews

ପୋଖରୀକୁ ସ୍କୁଲ ବସ ଖସିବାରୁ ୬ ବର୍ଷ ଶିଶୁର ମୃତ୍ୟୁ

mahabharatanews