ଓଡିଶା

ଘରଛାଡି ଆସି କଲଭର୍ଟ ତଳେ ଆଶ୍ରୟ ନେଲେ ବ୍ୟକ୍ତି

ସୁନ୍ଦରଗଡ଼: ରାସ୍ତାର କଲଭର୍ଟ ଭିତରେ ବିତିଗଲା ଦୁଇମାସ ଅର୍ଥାତ୍ ୬୦ ରାତ୍ରୀ। ଯେଉଁଠିକୁ ଲୋକେ ଦିନରେ ଯିବା ପାଇଁ ଭୟ କରନ୍ତି ସେହି କଲଭର୍ଟ ଭିତରେ ଦୀର୍ଘ ୬୦ ରାତ୍ରୀ ଲୁଚି ଲୁଚି ଜୀବନ କାଟୁଥିଲେ ୬୦ ବର୍ଷୀୟ ଯୋହନ କାଣ୍ଡୁଲାନା। ଏପରି ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ଟେନସା ଫାଣ୍ଡି ଅଞ୍ଚଳରେ। ଲହୁଣୀପଡ଼ା ଥାନା ଅଧିନସ୍ଥ ଟକରା ରେଙ୍ଗାଲବେଢା ଗ୍ରାମରେ। କୈାଣସି କାରଣକୁ ନେଇ ଘରେ କେହି କିଛି କହିବାରୁ ବ୍ୟକ୍ତି ଜଣକ ରାଗିକି ଘରଛାଡି ପଳାଇ ଆସିଥିଲେ । ଶେଷରେ ବିପଦପୂର୍ଣ୍ଣ କଲଭର୍ଟ ତଳେ ଆଶ୍ରୟ ନେଇଥିଲେ । କିଛି ଲୋକ ଏହା ଜାଣିବା ପରେ ଉକ୍ତ ବ୍ୟକ୍ତିଙ୍କୁ ଭେଟି ତାଙ୍କୁ ଖାଦ୍ୟ ପାନୀୟ ଦେଇଥିଲେ । ଶୀତ ରାତିରେ ଅତ୍ୟଧିକ ଥଣ୍ଡା ଅନୂଭୁତ ହେଉଥିବାରୁ ବ୍ୟକ୍ତିଙ୍କୁ ଏକ କମ୍ବଳ ମଧ୍ୟ ପ୍ରଦାନ କରିଥିଲେ । ତେବେ ବ୍ୟକ୍ତି ଜଣକ ଏପରି ଘର ଛାଡି ଆସି କଲଭର୍ଟ ତଳେ ଆଶ୍ରୟ ରେବାକୁ ବାରଣ କରିବା ସହ ତାଙ୍କୁ ବୁଝାସୂଝା ଘରକୁ ଫେରିଯିବାକୁ କହିଥିଲେ ।

Related posts

ବଢୁଛି ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଛି ମାମଲା

mahabharatanews

ଜନ୍ମବେଦୀରେ ଲୀଳା ସାରି ଆଜି ସିଂହଦ୍ୱାରକୁ ବାହୁଡ଼ିବେ ମହାପ୍ରଭୁ

mahabharatanews

ରାଜ୍ୟରେ ମାତ୍ର ୧୦୧୮୦ଜଣ ଲୋକେ ନେଇଛନ୍ତି ବୁଷ୍ଟର ଡୋଜ

mahabharatanews