ଓଡିଶା

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନୌସେନା ମୁଖ୍ୟ ଆଡମିରାଲ୍ ଦିନେଶ ତ୍ରିପାଠୀ ଭେଟି ଆଲୋଚନା କରିଛନ୍ତି

ମୋଦୀଙ୍କୁ ଭେଟିଲେ ନୌସେନା ମୁଖ୍ୟ । ପ୍ରଧାନମନ୍ତ୍ରୀ ଲୋକ କଲ୍ୟାଣ ମାର୍ଗ ସ୍ଥିତ ବାସଭବନରେ ବୈଠକ ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନୌସେନା ମୁଖ୍ୟ ଆଡମିରାଲ୍ ଦିନେଶ ତ୍ରିପାଠୀ ଭେଟି ଆଲୋଚନା କରିଛନ୍ତି । ପହଲଗାମ୍ ଆତୀଙ୍କୀ ଆକ୍ରମଣ ପରେ ପାକିସ୍ତାନକୁ ପାନେ ଦେବାକୁ ଭାରତ ବୈଠକ ପରେ ବୈଠକ କରୁଛି । ଏପ୍ରିଲ ୨୨ ତାରିଖ ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ୨୩ ତାରିଖରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ ବୈଠକ ବସିଥିଲା । ଏହାସହ ସର୍ବଦଳୀୟ ବୈଠକରେ ସବୁ ଦଳର ନେତାଙ୍କ ସହ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ । ପାକିସ୍ତାନ ବିରୋଧରେ କେନ୍ଦ୍ର ସରକାର ଯେଉଁ ପଦକ୍ଷେପ ନେବ, ତାକୁ ପୂର୍ଣ୍ଣ ସମର୍ଥନ କରାଯିବ ବୋଲି ଏହି ବୈଠକରେ ସବୁ ଦଳର ନେତା କହିଥିଲେ । ଯଦିଓ ଭାରତ ଏଯାଏଁ ପାକିସ୍ତାନ ବିରୋଧରେ କୌଣସି ସାମରିକ କାର୍ୟ୍ୟାନୁଷ୍ଠାନ ନେଇ ନାହିଁ, ହେଲେ ଅନ୍ୟ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଇଛି । ସିନ୍ଧୁ ଚୁକ୍ତିକୁ ବାତିଲ କରିସାରିଛି ଭାରତ ।

Related posts

ରାଜ୍ୟରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

mahabharatanews

ବସରୁ ଦୁଇ ମିନିଟ୍ ପାଇଁ ତଳକୁ ଓହ୍ଲାଇଲେ : ଗାଏବ ହୋଇଗଲା ୧୭ କିଲୋ ରୁପା, ୫ ଲକ୍ଷ ଟଙ୍କା

mahabharatanews

ଚୌଦ୍ୱାର ଗସ୍ତରେ ମୁଖ୍ୟମନ୍ତ୍ରୀ

mahabharatanews