ବିଜେପି ଘୋଷଣା କରିଛି ୯ ରାଜ୍ୟ ସଭାପତିଙ୍କ ନାମ । ମହାରାଷ୍ଟ୍ର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ପୁଡୁଚେରୀ, ମିଜୋରାମ, ଆଣ୍ଡାମାନ ନିକୋବର ଓ ମଧ୍ୟପ୍ରଦେଶ ପାଇଁ ନୂଆ ସଭାପତିଙ୍କ ନା ଘୋଷଣା ହୋଇଛି । ଏହି ୯ରାଜ୍ୟକୁ ମିଶାଇ ମୋଟ ୨୦ଟି ରାଜ୍ୟ ପାଇଁ ବିଜେପି ସଭାପତିଙ୍କ ନାମ ଘୋଷଣା କରିସାରିଛି । କୁହାଯାଉଛି ଯେ, ଆସନ୍ତା ୨ଦିନ ମଧ୍ୟରେ ବାକି ଥିବା ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ବିଜେପି ତା’ର ସଭାପତିଙ୍କ ନାମ ଘୋଷଣା କରିବ । ତେବେ ଜାଣି ରଖନ୍ତୁ, କିଏ କେଉଁ ସ୍ଥାନରୁ ହେଲେ ରାଜ୍ୟ ସଭାପତି ?
ମହାରାଷ୍ଟ୍ର ରୁ ରବିନ୍ଦ୍ର ଚୌହ୍ୱାନ
ତେଲେଙ୍ଗାନା ରୁ ଏନ୍ ରାମଚନ୍ଦ୍ରରାଓ
ଆନ୍ଧ୍ରପ୍ରଦେଶରୁ ପିବିଏମ୍ ମାଧବ ଗାରୁ
ଉତ୍ତରାଖଣ୍ଡରୁ ମହେନ୍ଦ୍ର ଭଟ୍ଟ
ହିମାଚଳପ୍ରଦେଶରୁ ରାଜୀବ ବିନ୍ଦଲ
ପୁଡୁଚେରୀରୁ ବିପି ରାମଲିଙ୍ଗମ୍
ମିଜୋରାମରୁ କେ. ବେଚୁଆ
ଆଣ୍ଡାମାନ ନିକୋବରରୁ ଅନୀଲ ତିୱାରୀ
ମଧ୍ୟପ୍ରଦେଶରୁ ହେମନ୍ତ ଖଣ୍ଡେଲୱାଲ
ସୂଚନା ଅନୁସାରେ, ନୂଆ ସଭାପତିଙ୍କ ନେତୃତ୍ୱରେ ଏହି ସବୁ ରାଜ୍ୟରେ ଆଗାମୀ ଦିନରେ ହେବାକୁ ଥିବା ନିର୍ବାଚନ ପାଇଁ ଦଳକୁ ମଜବୁତ କରାଯିବ । ସମସ୍ତ ରାଜ୍ୟର ସଭାପତି ଘୋଷଣା ହେବା ପରେ ବିଜେପିର ଜାତୀୟ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ । ତେବେ ଆଗାମୀ କିଛି ଦିନ ଭିତରେ ବିଜେପିର ନେତୃତ୍ୱକୁ ନେଇ ନୂଆ ଖବର ଆସିପାରେ ।
