ଅପରାଧଓଡିଶା

ହୋମଗାର୍ଡଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ସବ-ଇନ୍ସପେକ୍ଟର ଗିରଫ

କନ୍ଧମାଳ:- ପୁଣି ଖାକୀରେ ଲାଗିଲା ଦାଗ । ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲାରୁ । କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନାରେ କାର୍ଯ୍ୟରତ ଏସଆଇ ସ୍ମୃତି ସାଗର ସାମଲ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ମାମଲାରେ ଗିରଫ ହୋଇଛନ୍ତି  । ତାଙ୍କୁ ଆଜି ଗୋଛାପଡା ଥାନା ପୋଲିସ ଗିରଫ କରି ଫୁଲବାଣୀ କୋର୍ଟରେ ହାଜର କରିଛି  ।

ପୋଲିସ ସୂତ୍ର ଅନୁଯାୟୀ ଘଟଣାଟି ମେ ୨୦୨୪ ମସିହାର ଅଟେ। ଏହି ସମୟରେ ମହିଳା ଜଣକ ଗୋଚ୍ଛାପଡ଼ା ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ଏବଂ ସ୍ମୃତି ସାଗରଙ୍କ ବିରୁଦ୍ଧରେ ଯୌନ ନିର୍ଯାତନା ଅଭିଯୋଗ କରିଥିଲେ । ସେ ଅଭିଯୋଗ କରିଥିଲେ ଯେ ଅଧିକାରୀ ତାଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ପ୍ରଲୋଭିତ କରିଥିଲେ ଏବଂ ଶାରୀରିକ ସମ୍ପର୍କ ରଖିବାକୁ ଧମକ ଦେଇଥିଲେ । ଅଭିଯୋଗରେ ଦାବି କରାଯାଇଥିଲା ଯେ ସ୍ମୃତି ସାଗର ତାଙ୍କ ଦୋକାନକୁ ଅନେକ ଥର ଆସିଥିଲେ, ଅଶ୍ଳୀଳ ଇଙ୍ଗିତ କରିଥିଲେ ଓ ଗୋଟିଏ ରାତିରେ ଯେତେବେଳେ ସେ ଏକା ଥିଲେ ସେତେବେଳେ ସେ ତାଙ୍କ ଘରେ ପଶି ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଆଉ ପରବର୍ତ୍ତୀ ସମୟରେ ଏହି ଘଟଣା ବାବଦରେ ସେ କାହାକୁ ନକହିବା ପାଇଁ ଧମକ ମଧ୍ୟ ଦେଇଥିଲେ । ଗୋଛାପଡା ପୋଲିସ ସ୍ମୃତି ସାଗରଙ୍କୁ ଗିରଫ କରି ଫୁଲବାଣୀ କୋର୍ଟରେ ହାଜର କରିଥିବା ବେଳେ ସେ ଆବେଦନ କରିଥିବା ବେଲ ଆବେଦନ ଖାରଜ ହୋଇଛି ।

Related posts

କାର୍ଯ୍ୟରେ ଅବହେଳା: ଦୁଇ ବନ କର୍ମଚାରୀ ନିଲମ୍ବିତ

mahabharatanews

ଆସିଲା ବନ୍ୟା କ୍ଷୟକ୍ଷତି ରିପୋର୍ଟ

mahabharatanews

ଆରମ୍ଭ ହୋଇଛି ପ୍ରଥମ ପର୍ୟ୍ୟାୟ ପଦୋନ୍ନତି ଅଦାଲତ

mahabharatanews