ଓଡିଶାପର୍ବ ପର୍ବାଣି

ଏଥର କେବଳ ପାରମ୍ପରିକ ବାଜାରେ ହେବ ମା’ଙ୍କ ଭସାଣି

ଭୁବନେଶ୍ୱର:- ଆଉ ଦିନ କେଇଟା ପରେ ଶାରଦୀୟ ଦୁର୍ଗାପୂଜା । ଏ ନେଇ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଜୋରଦାର ଚାଲିଛି । ତେବେ ଏଥର ଦୁର୍ଗାପୂଜା ଭସାଣିରେ ଡିଜେ, ଲେଜର ଲାଇଟ୍ ଓ ବାଣକୁ ନିଷିଦ୍ଧ କରାଯାଇଛି । କେବଳ ପାରମ୍ପରିକ ବାଜାରେ ହେବ ମା’ଙ୍କ ଭସାଣି । ଚଳିତ ବର୍ଷ ଦୁର୍ଗାପୂଜାକୁ ନେଇ ପୋଲିସ ସେବା ଭବନରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ଦୁର୍ଗାପୂଜା ପ୍ରସ୍ତୁତି ବୈଠକରେ ପୋଲିସ କମିସନର ଏସ ଦେବଦତ୍ତ ସିଂ, ଅତିରିକ୍ତ କମିସନର ନରସିଂହ ଭୋଳ, ଡିସିପି ଜଗମୋହନ ମୀନା, ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂଙ୍କ ସମେତ ବିଭିନ୍ନ ପୂଜା କମିଟିର କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇଥିଲେ।

Related posts

ଦେବୋତ୍ତର ବିଭାଗ ଅଧୀନରେ ଆସୁଥିବା ମନ୍ଦିର ଖୋଲିବାକୁ ଯୋଜନା

mahabharatanews

ରାସ୍ତା ବନ୍ଦ ଥିବାରୁ ଅଟୋରେ ବୁହାହେଲେ ଗର୍ଭବତୀ

mahabharatanews

ନିଆଁ ଭିତରେ ସୁରକ୍ଷିତ ବୁଲୁଛି ବାଘ ଛୁଆ

mahabharatanews