ଓଡିଶା

‘ଓଡ଼ିଆ ଚରିତକୋଷ’ ପାଇଁ ପ୍ରସିଦ୍ଧି ଲାଭ କରିଥିବା ବିଶିଷ୍ଟ ଗ୍ରନ୍ଥାଗାରିକ ତଥା ଗବେଷକ ନଗେନ୍ଦ୍ର ନାଥ ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର:- ‘ଓଡ଼ିଆ ଚରିତକୋଷ’ ନାମକ ବିରାଟ ଗ୍ରନ୍ଥ ରଚନା କରିଯାଇଥିବା ଦେଶର ବିଶିଷ୍ଟ ଗ୍ରନ୍ଥାଗାରିକ ତଥା ଗବେଷକ ନଗେନ୍ଦ୍ର ନାଥ ମହାନ୍ତି ଦିଲ୍ଲୀ ସନ୍ନିକଟ ନୋଇଡାଠାରେ ଥିବା ନିଜର ବାସଭବନରେ ସେପ୍ଟେମ୍ବର ୨୩ ତାରିଖ ଦିନ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା ।

ନଗେନ୍ଦ୍ର ନାଥ ମହାନ୍ତି ୧୯୩୦ ମସିହାରେ ଜନ୍ମଗ୍ରହଣ କରିଥିଲେ ଏବଂ ୧୯୫୨ ମସିହାରେ କଟକର ରାଣୀହାଟ ହାଇସ୍କୁଲରେ ଶିକ୍ଷକ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ । ୧୯୫୫ ମସିହାରେ ସେ କୋଲକାତାର ଜାତୀୟ ପାଠାଗାରର ଓଡ଼ିଆ ବିଭାଗରେ ଯୋଗ ଦେଇଥିଲେ ଏବଂ ପରେ ସେଠାରେ ସର୍ବୋଚ୍ଚ ପଦବୀରେ ଅଧିଷ୍ଠିତ ହୋଇଥିଲେ । ପରେ ସେ ଯୁକ୍ତରାଷ୍ଟ୍ର କଂଗ୍ରେସ ଲାଇବ୍ରେରୀରେ ଜଣେ ବରିଷ୍ଠ ଲାଇବ୍ରେରୀଆନ ଭାବରେ ଯୋଗ ଦେଇ ସମୟକ୍ରମେ ସେଠାର ଉଚ୍ଚତର ପଦକୁ ପଦୋନ୍ନତି ଲାଭ କରିଥିଲେ । ସେ ‘ଓଡ଼ିଆ ପତ୍ରପତ୍ରିକାମାନଙ୍କ ପରିଚ୍ଛାୟା’ ଏବଂ ‘ଓଡ଼ିଆ ଲିପି ଓ ବର୍ଣ୍ଣ ପରିଚୟ’ ସମେତ ଆହୁରି ଅନେକ ପୁସ୍ତକ ମଧ୍ୟ ରଚନା କରିଥିଲେ ।

‘ଓଡ଼ିଆ ଚରିତକୋଷ’ ବ୍ୟତୀତ ‘ଓଡ଼ିଆ ପତ୍ରପତ୍ରିକାମାନଙ୍କ ପରିଚୟ’, ‘ଓଡ଼ିଆ ଲିପି ଓ ବର୍ଣ୍ଣ ପରିଚୟ’ ଆଦି ମଧ୍ୟ ତାଙ୍କ ଦ୍ବାରା ରଚିତ ଅନୁପମ ପୁସ୍ତକଗୁଡ଼ିକ ମଧ୍ୟରୁ ଅନ୍ୟତମ। ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ବାରା ପ୍ରସ୍ତୁତ ‘ନ୍ୟାସନାଲ ବିବ୍‌ଲିଓଗ୍ରାଫି ଅଫ୍ ଇଣ୍ଡିଆନ୍ ଲିଟରେଚର୍’କୁ ସଂକଳନ କରିବାରେ ବିଶେଷ ଭୂମିକା ନେଇଥିଲେ।

Related posts

ଆମେରିକାର ଦୃଢିକରଣ ସର୍ବୋପରି ବିଶ୍ୱ ଭାତୃତ୍ୱ ଭାବ ପ୍ରତିଷ୍ଠା ଦିବରେ ଲୋକପ୍ରତିନଧି ଓ ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଟିପଣୀ ଦେଇ ପ୍ରଶଂସିତ ହୋଇଛି ପୂବର୍ତନ ବିଧାୟକ ଅନୁଭବ ପଟ୍ଟନାୟକ

mahabharatanews

ହଟସ୍ପଟ ଅଞ୍ଚଳବାସୀଙ୍କୁ ମାଲକାନଗିରିକୁ ପ୍ରବେଶ ମନା, ବାହାର ରାଜ୍ୟ ଓ ଜିଲ୍ଲାରୁ ଯାତ୍ରୀବାହି ବସର ଅବାଧ ପ୍ରବେଶ

mahabharatanews

ବିମ୍ବାଧର ୱେଲ ଫେୟାର ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

mahabharatanews