ଓଡିଶାରାଜନୀତି

ନଭେମ୍ବର ୨୭ରୁ ଆରମ୍ଭ ହୋଇପାରେ ଶୀତ ଅଧିବେଶନ

ନଭେମ୍ବର ୨୭ରୁ ଆରମ୍ଭ ହୋଇପାରେ ବିଧାନସଭାର ଶୀତ ଅଧିବେଶନ । ନୂଆପଡ଼ା ଉପ ନିର୍ବାଚନ ପରେ ବିଧାନସଭାର ଶୀତ ଅଧିବେଶନ ବସିବ ବୋଲି ସୂଚନା ମିଳିଛି । ତେବେ ବିଧାନସଭାର ଶୀତ ଅଧିବେଶନରେ, ମୋହନ ସରକାର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଥର ବିଧାନସଭାର ଶୀତ ଅଧିବେଶନକୁ ସମ୍ବୋଧିତ କରିପାରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସିବାର ଅଛି । ଆଉ ଏହି ଗସ୍ତରେ ରାଷ୍ଟ୍ରପତି ରାଜ୍ୟ ବିଧାନସଭାକୁ ସମ୍ବୋଧିତ କରିପାରନ୍ତି । କିନ୍ତୁ ଏନେଇ କୌଣସି ପ୍ରକାର ବିଧିବଦ୍ଧ ଭାବରେ ଘୋଷଣା କରାଯାଇନି ।

Related posts

ସରପଞ୍ଚ ନେଉଥିଲେ ଲାଞ୍ଚ, ଧରିଲା ଭିଜିଲାନ୍ସ

mahabharatanews

ହିଞ୍ଜିଳିରେ ଡାକବାଜି ଯନ୍ତ୍ରରେ ପୋଲିସର ସଚେତନତା

mahabharatanews

କେନ୍ଦ୍ରାପଡା ଲୋକସେବା କ୍ଷେତ୍ରରେ ମେଗା ସ୍ୱାସ୍ଥ୍ୟମେଳା

mahabharatanews