ଦରମା ନ ମିଳିବାରୁ ଜୀବନ ହାରିବାକୁ ଉଦ୍ୟମ କଲେ ଯୁବକ । ନାଲକୋ ଥାନା ଅନ୍ତର୍ଗତ ନାଲକୋ ସ୍ଲେଲଟର ଗେଟ୍ ସମ୍ମୁଖରେ ଆଜି ଦେଖିବାକୁ ମିଳିଥିଲା ହାଇଡ୍ରାମା । ସୂଚନା ଯେ, ନାଲକୋ ରେ ଥିବା KTC ଠିକା ସଂସ୍ଥାରେ ବିଶ୍ୱରଞ୍ଜନ ସାମଲ ଦୀର୍ଘ ଦୀନ ହେବ କାର୍ଯ୍ୟ କରନ୍ତି। ଠିକ ସେ କାର୍ଯ୍ୟ କରିଲେ ମଧ୍ୟ ଦରମା ଠିକ୍ ସେ ମିଳୁନାହିଁ ବୋଲି ଅଭିଯୋଗ କରିଛନ୍ତି। ବିଶ୍ୱରଞ୍ଜନ ସବୁ ମାସରେ ଏହି ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏ ବିଷୟରେ କାହାକୁ କହିଲେ ଚାକିରିରୁ ବାହାର କରି ଦେବାକୁ ଧମକ ଦେଉଥିଲେ। ବାରମ୍ଵାର ଏଭଳି ଘଟୁଥିବାରୁ ଅତିଷ୍ଠ ହୋଇ ଏହି ଚରମ ନିଷ୍ପତି ନେଇଥିଲେ ବିଶ୍ଵରଞ୍ଜନ।ଯାହା ଫଳରେ ଆଜି ନାଲକୋ ସ୍ଲେଲଟର ଗେଟ୍ ସମ୍ମୁଖରେ ବିଶ୍ଵରଞ୍ଜନ ପଟ୍ରୋଲ ଢାଳି ଉଦ୍ୟମ କରିଥିଲେ। ରାସ୍ତାରେ ଯାଉଥିବା ପଥଚାରୀ ଏବଂ ଖବର ପାଇ ନାଲକୋ ସୁରକ୍ଷାକର୍ମୀ ଆସି ଉଦ୍ଧାର କରିଥିଲେ । ନାଲକୋ ଅଧିକାରୀ ଆସି ବିଶ୍ୱରଞ୍ଜନକୁ ନିଜ ହେପାଜତକୁ ନେବା ସହ ବୁଝାସୁଝା କରୁଛନ୍ତି।କିଛି ନାଲକୋ ଅଧିକାରୀ ସାମ୍ବାଦିକମାନଙ୍କୁ ଫଟୋ ଉଠାଇବା ପାଇଁ ବାରଣ କରିଥିଲେ ଏବଂ ଯେଉଁ ଫଟୋ ଉଠାଇଛନ୍ତି ତାହାକୁ ଡିଲେଟ୍ କରିବାକୁ ବାଧ୍ୟ କରିଥିଲେ। ନାଲକୋର ଦାଦାଗିରିକୁ ସାଧାରଣରେ ନା ପସନ୍ଦ କରିଛନ୍ତି।
